ନୂଆଦିଲ୍ଲୀ: ଦେଶରେ ୬୯ ଲକ୍ଷ ଟପିଛି କରୋନା ପଜିଟିଭ୍ କେସ୍ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୭୦ ହଜାର ୪୯୬ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ଦେଶରେ ସଂକ୍ରମିତ ସଂଖ୍ୟା ୬୯ ଲକ୍ଷ ୬ ହଜାର ୧୫୨କୁ ବୃଦ୍ଧି ପାଇଛି ।
ବଢୁଛି ମୃତ୍ୟୁସଂଖ୍ୟା । ଦିନକରେ ପ୍ରାଣ ହରାଇଛନ୍ତି ଆଉ ୯୬୪ ଆକ୍ରାନ୍ତ । ମହାମାରୀ ଦେଶରେ ମୋଟ୍ ୧ଲକ୍ଷ ୬ ହଜାର ୪୯୦ ଲୋକଙ୍କୁ ମାରି ଦେଲାଣି ।
ତେବେ ଆଶ୍ୱସ୍ତିକର ଖବର ହେଉଛି, ଏବେ କମୁଛି ଆକ୍ଟିଭ୍ କେସ । ଆକ୍ରାନ୍ତଙ୍କ ଅପେକ୍ଷା ଦୈନିକ ଅଧିକ ଲୋକ ସୁସ୍ଥ ହେଉଛି । ବର୍ତ୍ତମାନ ସୁଦ୍ଧା ଦେଶରେ ଆରୋଗ୍ୟ ଲାଭ କଲେଣି ୫୯ ଲକ୍ଷ ୬ ହଜାର ୦୭୦ ଆକ୍ରାନ୍ତ । ଆକ୍ଟିଭ୍ କେସ୍ ୮ ଲକ୍ଷ ୯୩ ହଜାର ୫୯୨ ରହିଛି । ଲଗାତାର ତିନି ସପ୍ତାହ ହେବ ଦେଶରେ ଦୈନିକ ଆକ୍ରାନ୍ତଙ୍କ ଅପେକ୍ଷା ଅଧିକ ସୁସ୍ଥ ହେୁଛନ୍ତି ।
Comments are closed.