Latest Odisha News

BREAKING NEWS

ଦେଶରେ ୨୫% ବୃଦ୍ଧି ପାଇଛି କରୋନା ଆରୋଗ୍ୟ ହାର: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଦେଶରେ ନିୟମିତ ଭାବେ ବଢ଼ି ଚାଲିଛି କରୋନା ଆରୋଗ୍ୟ ହାର । ମାତ୍ର ୧୪ ଦିନ ପୂର୍ବେ ଦେଶର ଆରୋଗ୍ୟ ହାର ୧୩ ପ୍ରତିଶତ ଥିବାବେଳେ ଏବେ ତାହା ୨୫.୧୯ ପ୍ରତିଶତକୁ ବୃଦ୍ଧି ପାଇଛି । ଦେଶର ମୃତ୍ୟୁହାର ୩.୨ ପ୍ରତିଶତରେ ସ୍ଥିର ରହିଛି ଓ ଦେଶର ମୃତକଙ୍କ ମଧ୍ୟରୁ ୭୮ ପ୍ରତିଶତଙ୍କର ପୂର୍ବରୁ ଅନ୍ୟ ରୋଗଥିଲା ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ କହିଛନ୍ତି ।

ସେ କହିଛନ୍ତି, ଗତ ୨୪ ଘଣ୍ଟାରେ ଦେଶରେ ୧୭୧୮ଟି ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହିତ ମୋଟ ସଂକ୍ରମିତ ସଂଖ୍ୟା ୩୩୦୫୦ ରେ ପହଞ୍ଚିଛି । ଦେଶର ଦ୍ୱିଗୁଣିତ ହାର ମଧ୍ୟ ୧୧ ଦିନକୁ ବୃଦ୍ଧି ପାଇଛି । ଦେଶରେ କେବଳ ଆରଟି-ପିସିଆର ଟେଷ୍ଟ କରାଯାଉଛି ।

ଗୃହ ମନ୍ତ୍ରାଳୟ କହିଛି ଯେ, ବିଭିନ୍ନ ରାଜ୍ୟ ସରକାର ଅନ୍ୟ ରାଜ୍ୟରେ ଫସିଥିବା ଶ୍ରମିକ ଓ ଛାତ୍ରଙ୍କୁ ବସ ଯୋଗେ ଫେରାଇ ନେଉଛନ୍ତି । କେନ୍ଦ୍ରୀୟ ଟିମ୍ ହାଇଦ୍ରାବାଦ ଗସ୍ତ କରିଥିଲା । ଏଠାରେ ସମସ୍ତ ପ୍ରକାର ପ୍ରୋଟୋକଲ ପାଳନ କରାଯାଉଛି । ଏଠାରେ ଦୈନିକ ୩୦୦ ଟେଷ୍ଟ୍ କରାଯାଉଛି । ସୋସିଆଲ ଡିଷ୍ଟାନ୍ସିଂ ମଧ୍ୟ ଲୋକମାନେ ମାନୁଛନ୍ତି ।

Leave A Reply

Your email address will not be published.