Latest Odisha News

BREAKING NEWS

ସଫେଇ ଦେଲା ହ୍ୱାଇଟ ହାଉସ

ନୂଆଦିଲ୍ଲୀ: ହ୍ୱାଇଟ ହାଉସ କାହିଁକି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟୁଇଟରରେ ଅନଫଲୋ କଲା ସେ ନେଇ ସଫେଇ ଦେଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କ କାର‌୍ୟ୍ୟାଳୟ ପକ୍ଷରୁ ମୋଦିଙ୍କୁ ‘ଅନଫ​‌ଲୋ’ କରାଯିବା ଘଟଣାରେ ସୃଷ୍ଟି ହୋଇଛି ରାଜନୈତିକ ଝଡ । ହ୍ବାଇଟ ହାଉସ ପକ୍ଷରୁ କୁହାଯାଇଛି ଯେତେବେଳେ ରାଷ୍ଟ୍ରପତି କୌଣସି ଦେଶକୁ ଯାତ୍ରାରେ ଯାଆନ୍ତି ଆୟୋଜକ ଦେଶର ମୁଖ୍ୟ ଅଧିକାରୀଙ୍କ ଟ୍ବିଟର ହ୍ୟାଣ୍ଡେଲକୁ କିଛି ସମୟ ପାଇଁ ଫଲୋ କରିଥାନ୍ତି । ଏହାର ଲକ୍ଷ୍ୟ ରାଷ୍ଟ୍ରପତି ଟ୍ରମ୍ପଙ୍କ ଯାତ୍ରାର ସମର୍ଥନରେ ଆୟୋଜକ ଦେଶର ଅଧିକାରୀଙ୍କୁ ବାର୍ତ୍ତା ଦେବା ପାଇଁ ରିଟ୍ବିଟ୍ କରିବାକୁ ପଡିଥାଏ ।

BjdElectrycity

ଫେବୃଆରୀର ଶେଷ ସମୟରେ ଯେତେବେଳେ ଟ୍ରମ୍ପ ଭାରତ ଆସିଥିଲେ ସେତେବେଳେ ହ୍ବାଇଟ ହାଉସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ବିଟର ହ୍ୟାଣ୍ଡେଲକୁ ଫଲୋ କରାଯାଇଥିଲା । ହ୍ବାଇଟ ହାଉସର ଅଧିକାରୀଙ୍କ କହିବା ଅନୁସାରେ, ହ୍ବାଇଟ ହାଉସ କେବଳ ଆମେରିକା ସରକାରଙ୍କ ସମ୍ପର୍କିତ ଟ୍ବିଟର ହ୍ୟାଣ୍ଡେଲକୁ ଫଲୋକରିଥାଏ।

Leave A Reply

Your email address will not be published.