Latest Odisha News

୫୭ ଲକ୍ଷ ଟପିଲା ଦେଶରେ କରୋନା କେସ, ଲକ୍ଷେ ମୁହାଁ ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଲକ୍ଷେ ମୁହାଁ ଦେଶରେ କରୋନା ମୃତ୍ୟୁସଂଖ୍ୟା । ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୮୬ ହଜାର ୫୦୮ ନୂଆ କରୋନା ଆକ୍ରାନ୍ତ ।

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୭ ଲକ୍ଷ ପାର କରିଛି । ସଂକ୍ରମିତ ହେଲେଣି ମୋଟ୍ ୫୭ ଲକ୍ଷ ୩୨ ହଜାର ୫୧୯ ଆକ୍ରାନ୍ତ । ଦେଶେର ୯୧ ହଜାର ଡେଇଁଛି କରୋନା ମୃତ୍ୟୁସଂଖ୍ୟା ।

ଗତ ୨୪ ଘଣ୍ଟାରେ ଆଉ ୧୧ ଶହ ୨୯ ଜୀବନ ନେଇଛି କରୋନା ମହାମାରୀ । ବର୍ତ୍ତମାନ ସୁଦ୍ଧା ମୋଟ୍ ୯୧ ହଜାର ୧୪୯ ଆକ୍ରାନ୍ତ ପ୍ରାଣ ହରାଇଲେଣି । ଦେଶରେ କରୋନା ମୃତ୍ୟୁହାର ରହିଛି ୧.୫୯% ।

ବଢୁଛି ସୁସ୍ଥ ସଂଖ୍ୟା । ବର୍ତ୍ତମାନ ସୁଦ୍ଧ ଦେଶରେ କରୋନାରୁ ଆରୋଗ୍ୟ ଲାଭ କଲେଣି ମୋଟ୍ ୪୬ ଲକ୍ଷ ୭୪ ହଜାର ୯୮୮ ଆକ୍ରାନ୍ତ । ଆକ୍ଟିଭ୍ କେସ୍ ରହିଛି ୯ ଲକ୍ଷ ୬୬ ହଜାର ୩୮୨ ।

Leave A Reply

Your email address will not be published.