Latest Odisha News

BREAKING NEWS

ଗଳା ବସି ଯାଇଛି କି? ଜାଣନ୍ତୁ କ’ଣ କରିବେ

ଭୁବନେଶ୍ୱର: ଋତୁ ପରିବର୍ତ୍ତନ ତଥା ଥଣ୍ଡା ହେଲେ ଅଧିକାଂଶ ଲୋକଙ୍କର ତଣ୍ଟି ବସିଯିବା ଦେଖା ଯାଇଥାଏ । ଏହାଦ୍ୱାରା ଅନେକ ସମସ୍ୟା ଦେଖା ଯାଇଥାଏ । ଗଳା ବସି ଗଲେ ଠିକ୍ ଭାବେ କଥା ହେବାରେ ଅସୁବିଧା ପରିଲକ୍ଷିତ ହୋଇଥାଏ। ଯାହା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର ଔଷଧ ମଧ୍ୟ ଖାଇଥାନ୍ତି । କିନ୍ତୁ ଏହାକୁ ଭଲ କରିବାକୁ ଆସନ୍ତୁ ଜାଣିବା କିଛି ଘରୋଇ ଉପଚାର ..

ଗଳା ବସିଥିବା ସମୟରେ ମହୁ ଖାଇବା ଦ୍ୱାରା କାଶ କମ ହେବା ସହ ତଣ୍ଟି ଦରଜ ମଧ୍ୟ କମ ହୋଇଥାଏ ।

ତଣ୍ଟି ଦରଜ ହେଲେ ପୁଦିନା ପତ୍ରକୁ ପାଣିରେ ଫୁଟାଇ ଗଳ ଗଳ କରନ୍ତୁ । ଏପରି କରିବା ଦ୍ୱାରା ତଣ୍ଟି ଦରଜ ଭଳି ସମସ୍ୟା ଦୂର ହେବା ସହ ନିଶ୍ୱାସ ନେବା ସହଜ ହୋଇଥାଏ ।

ତଣ୍ଟି ଦରଜ ହେଲେ ଗରମ ପାଣିରେ ବେକିଙ୍ଗ୍ ସୋଡ଼ା ମିଶାଇ ଗଳ ଗଳ କରନ୍ତୁ । ଗରମ ପାଣିରେ ବେକିଙ୍ଗ୍ ସୋଡ଼ା ମିଶାଇ ଗଳ ଗଳ କରିବା ଦ୍ୱାରା ଏହା ବ୍ୟାକ୍ଟେରିଆକୁ ନଷ୍ଟ କରିଥାଏ ।

ତଣ୍ଟି ବସି ଯାଇଥିଲେ ଲୁଣ ପାଣିରେ ଗଳ ଗଳ କରନ୍ତୁ । ଉଷୁମ ପାଣି କରି ସେଥିରେ କିଛି ଲୁଣ ମିଶାଇ କିଛି ସମୟ ଗଳ ଗଳ କରନ୍ତୁ । ଦିନକୁ ୪-୫ଥର ଉଷୁମ ଲୁଣ ଗଳ ଗଳ କରିବା ପରେ ଆପଣ ଫରକ୍ ଜାଣି ପାରିବେ ।

Leave A Reply

Your email address will not be published.