Latest Odisha News

BREAKING NEWS

ଦେଶରେ ୬୬ ଲକ୍ଷ କରୋନା ଆକ୍ରାନ୍ତ, ସୁସ୍ଥ ହେଲେଣି ୫୫ ଲକ୍ଷ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତ ଓ ସୁସ୍ଥ ସଂଖ୍ୟା ଦୈନିକ ବଢି ଚାଲିଛି । ୬୬ ଲକ୍ଷ ପାର କରିଛି ପିଜିଟିଭ କେସ୍ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୭୪ ହଜାର ୪୪୨ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୬ ଲକ୍ଷ ୨୩ ହଜାର ୮୧୬କୁ ବୃଦ୍ଧି ପାଇଛି ।

ଜୀବନ ନେଉଛି ମହାମାରୀ । ଦିନକରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୯୦୩ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଦେଶରେ ମହାମାରୀରେ ମଲେଣି ୧ ଲକ୍ଷ ୨ ହଜାର ୬୮୫ ସଂକ୍ରମିତ । ମୃତ୍ୟୁହାର ରହିଛି ୧.୫୫% ।
India Covid Status
କରୋନା କାଳରେ ଦେଶବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର ହେଉଛି ଯେ, ଏବେ ଦୈନିକ ଯେତିକି ଆକ୍ରାନ୍ତ ହେଉଛନ୍ତି ତାଠାରୁ ଅଧିକ ଲୋକ ଆରୋଗ୍ୟ ଲାଊ କରୁଛନ୍ତି । ସାରା ଦେଶରେ ସୁସ୍ଥ ହେଲେଣି ୫୫ ଲକ୍ଷ ୮୬ ହଜାର ୭୦୪ କରୋନା ଆକ୍ରାନ୍ତ । ବର୍ତ୍ତମାନ ଆକ୍ଟିଭ୍ କେସ୍ (ଚିକିତ୍ସାଧୀନ) ରହିଛି ୯ ଲକ୍ଷ ୩୪ ହଜାର ୪୨୭ ।

Leave A Reply

Your email address will not be published.