Latest Odisha News

BREAKING NEWS

କୋଭିଡ କଟକଣାକୁ ଫୁ’, ଫୁଟବଲ ମ୍ୟାଚ୍‌ର ମଜା ନେଲେ ଶହ ଶହ ଲୋକ

ଲମତାପୁଟ: କୋଭିଡ କଟକଣାକୁ ଫୁ’ । ଖୁଲମଖୁଲା କୋଭିଡ ନିୟମ ଉଲ୍ଲଂଘନ । ଜମିଲା ଫୁଟବଲ ମ୍ୟାଚ୍ । ଏକାଠି ହୋଇ ମ୍ୟାଚ୍ ଦେଖିଲେ ଶହଶହ ଲୋକ । କରୋନା ସଙ୍କଟ ଭିତରେ ଏଭଳି ଏକ ଚିତ୍ର ଆସିଛି କୋରାପୁଟ ଜିଲ୍ଲା ଲମତାପୁଟରୁ ।

ମ୍ୟାଚର ମଜା ନେବା ପାଇଁ କେହି ସାମାଜିକ ଦୂରତା ନିୟମ ପାଳନ କରୁନଥିବା ବେଳେ ଅନେକ ଲୋକ ମାସ୍କ ପିନ୍ଧିବାର ନିୟମକୁ ପାଳନ କରୁନଥିବା ଦେଖିବାକୁ ମିଳିଛି । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ ଆୟୋଜନ ହୋଇଛି ଏପରି ଫୁଟବଲ୍ ମ୍ୟାଚ । କଟକଣା ସତ୍ତ୍ୱେ ଶହ ଶହ ଲୋକ ଏକାଠି ହୋଇ ଆୟୋଜିତ ଫୁଟବଲ ମ୍ୟାଚର ମଜା ନେଉଛନ୍ତି । ଦିନେ କି ଦୁଇ ଦିନ ନୁହଁ ବରଂ ସପ୍ତାହେ ଧରି ଏହି ଫୁଟବଲ ମ୍ୟାଚ ଏଠାରେ ଚାଲିଥିଲା ।

ସବୁଠୁ ବଡ କଥା ହେଲା ପ୍ରଶାସନର ବିନା ଅନୁମତିରେ ଏହା ସପ୍ତାହେ ଧରି ଚାଲିଥିଲେ ବି ଏହା ଉପରେ ନା ପୋଲିସ ନା ପ୍ରଶାସନ କେହି ରୋକ ଲଗାଇଥିଲା। ଫାଇନାଲ ମ୍ୟାଚରେ ସ୍ଥାନୀୟ ଥାନା ଅଧିକାରୀ ଅତିଥି ଭାବେ ଯୋଗ ଦେଇଥିଲେ । ଯାହାକୁ ନେଇ ଅଙ୍ଗୁଳି ଉଠିଛି । କାହା ଅନୁମତିରେ ଏହି ମ୍ୟାଚ ସପ୍ତାହେ ଧରି ଚାଲିଥିଲା ଓ ପୋଲିସ ବାବୁ କାହା ଅନୁମତିରେ ଏଠି ଅତିଥି ଭାବେ ଯୋଗ ଦେଇଥିଲେ ତାକୁ ନେଇ ପ୍ରଶ୍ନଚିହ୍ନ ଉଠିଛି ।

Leave A Reply

Your email address will not be published.