ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ମୃତ୍ୟୁସଂଖ୍ୟାରେ ସାମାନ୍ୟ ଆଶ୍ୱସ୍ତି । ସପ୍ତାହେ ପରେ ଚାରି ହଜାର ତଳକୁ ଖସିଲା । ଗତ ୨୪ ଘଣ୍ଟାରେ କରୋନାରେ ସାରା ଦେଶର ୩ହଜାର ୮୭୪ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଗତ କିଛି ଦିନ ହେବ ଏହି ସଂଖ୍ୟା ଚାରି ହଜାର ଉପରେ ରହୁଥିଲା । ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨ଲକ୍ଷ ୮୭ହଜାର ୧୨୨କୁ ବୃଦ୍ଧି ପାଇଛି ।
ଦୈନକ ଆକ୍ରାନ୍ତ କମ୍, ସୁସ୍ଥ ଅଧିକ
ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଏବେ ତିନି ଲକ୍ଷ ତଳେ ରହୁଛି । ଗତ ୨୪ ଘଣ୍ଟାରେ ୨୦ ଲକ୍ଷ ୫୫ ହଜାର କୋଭିଡ୍ ଟେଷ୍ଟ ହୋଇଛି । ଚିହ୍ନଟ ହୋଇଛି ୨ଲକ୍ଷ ୭୬ହଜାର ୭୦ ପଜିଟିଭ୍ । ଏଣିକି ଆକ୍ରାନ୍ତଙ୍କ ଅପେକ୍ଷା ସୁସ୍ଥ ହେଉଛନ୍ତି ଅଧିକ । ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୩ଲକ୍ଷ ୬୯ହଜାର ୭୭ ଆକ୍ରାନ୍ତ ।
ଦେଶରେ କରୋନା ସଂକ୍ରମିତଙ୍କ ମୋଟ୍ ସଂଖ୍ୟା ୨କୋଟି ୫୭ଲକ୍ଷ ୭୨ହଜାରକୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ଆରୋଗ୍ୟ ଲାଭ କରିଛନ୍ତି ୨କୋଟି ୨୩ଲକ୍ଷ ୫୫ହଜାର ଆକ୍ରାନ୍ତ । ଏବେ ଦେଶରେ ୩୧ଲକ୍ଷ ୨୯ହଜାର ୮୭୮ ଆକ୍ଟିଭ୍ କେସ୍ ରହିଛି ।
Comments are closed.