Latest Odisha News

ଘଡିସନ୍ଧି ମୁହୂର୍ତ୍ତରେ ବି ବଦଳିଛି ଭାରତର ଅର୍ଥନୀତିର ଭାଗ୍ୟ: ଖୋଲିଲା ନିର୍ମଳାଙ୍କ ପେଡି

ନୂଆଦିଲ୍ଲୀ: ସଂସଦରେ ଖୋଲିଲା ନିର୍ମଳାଙ୍କ ପେଡି । ଦେଶର ବିକାଶ ଦିଗରେ ଚଳିତ ବଜେଟରେ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମଧ୍ୟବର୍ତ୍ତୀ ବଜେଟରେ ୪ଟି ଭିନ୍ନ ଜାତି ତଥା ଗରିବ, ମହିଳା, ଯୁବକ ଏବଂ କୃଷକ ଉପରେ ଧ୍ୟାନ ଦିଆଯାଇଛି । କୃଷକମାନଙ୍କ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ ଘୋଷଣା ୩୧୦୦ ଘୋଷଣା କରାଯାଇଛି ।  ଫସଲ, ମୂଲ୍ୟ ଉପରେ ଅତିକମରେ ୫୦% ମାର୍ଜିନ ପ୍ରତିଶୃତି ପୂରଣ ହୋଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ ଆହୁରି ୫ ବର୍ଷ ପାଇଁ ବୃଦ୍ଧି କରାଯାଇଥିଲା, ଯେଉଁଥିରେ ୮୦ କୋଟିରୁ ଅଧିକ ଲୋକଙ୍କୁ ଉପକୃତ ହୋଇଛନ୍ତି ।

ଏହାସହିତ ଚଳିତ ବର୍ଷର ବଜେଟ୍ ସମସ୍ତଙ୍କ ବିକାଶ ପାଇଁ ବୋଲି କହିଛନ୍ତି ନିର୍ମଳା । ଏହା ହେଉଛି ବିକଶିତ ଭାରତର ରୋଡମ୍ୟାପ । ଯାହା ଶକ୍ତି ସୁରକ୍ଷା, ରୋଜଗାର ବୃଦ୍ଧି, ପ୍ରାକୃତିକ ଚାଷ ବୃଦ୍ଧି, କୃଷି କ୍ଷେତ୍ରର ବିକାଶ ଦଗରେ କାମ କରିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ସୀତାରମଣ । ଯାହା ସରକାରଙ୍କ ପ୍ରଥମ ପ୍ରାଥମିକତା ।  ତେବେ ସମସ୍ତ ଘଡିସନ୍ଧି ମୁହୂର୍ତ୍ତରେ ବି ଭାରତର ଅର୍ଥନୀତି ଚମକୁଛି ବୋଲି କହିଛନ୍ତି ନିର୍ମଳା ।

ତେବେ ଏହାକୁ ନେଇ ଏଥର ବଜେଟ୍ରେ ମୋଟ ୯ଟି କ୍ଷେତ୍ରକୁ ସରକାର ପ୍ରାଥମିକତା ଦେଇଛନ୍ତି । ସେଗୁଡିକ ହେଲା:-

  1. କୃଷି କ୍ଷେତ୍ରରେ ଉତ୍ପାଦନ ଏବଂ ସ୍ଥିରତା
  2. ରୋଜଗାର ଏବଂ ଦକ୍ଷତା ବୃଦ୍ଧି
  3. ଅନ୍ତର୍ଭୁକ୍ତ ମାନବ ସମ୍ବଳ ବିକାଶ ଏବଂ ସାମାଜିକ ନ୍ୟାୟ ଉପରେ ଗୁରୁତ୍ବ
  4. ଉତ୍ପାଦନ ଏବଂ ସେବା ବୃଦ୍ଧି
  5. ସହରୀକରଣ ବିକାଶ
  6. ଶକ୍ତି ସଂରକ୍ଷଣ ବୃଦ୍ଧି
  7. ଭିତ୍ତିଭୂମି ସୁଦୃଢ କରିବା
  8. ଅଭିନବ, ଅନୁସନ୍ଧାନ ଏବଂ ବିକାଶ
  9. ନୂତନ ପିଢିରେ ସଂସ୍କାର

Comments are closed.