Latest Odisha News

ଦେଶରେ କମିଲା ପ୍ରଜନନ ହାର

ନୂଆଦିଲ୍ଲୀ : ଦେଶରେ କମିଲା ମୋଟ ପ୍ରଜନନ ହାର । ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ବା ଏନଏଫଏଚଏସ-୫ର ରିପୋର୍ଟରେ ଏହା ପ୍ରକାଶ ପାଇଛି ​। ଏଥିରେ ଦର୍ଶାଯାଇଛି ମହିଳା ପିଛା ହାରାହାରି ଶିଶୁ ହାର ୨.୨ରୁ ୨.୦କୁ ଖସିଛି । ପ୍ରଜନନ ହାର, ଶିଶୁ ସ୍ବାସ୍ଥ୍ୟ, ପରିବାର କଲ୍ୟାଣ, ପୁଷ୍ଟି ଓ ଅନ୍ୟାନ୍ୟ ତଥ୍ୟକୁ ଆକଳନ କରି ଏହି ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟରେ ମହିଳା ଓ ଶିଶୁଙ୍କ କ୍ଷେତ୍ରରେ ରକ୍ତହୀନତା ଏକ ପ୍ରମୁଖ ସମସ୍ୟା ବୋଲି ଦର୍ଶାଯାଇଛି ।

ସେପଟେ ଦେଶର ଅଧିକାଂଶ ମହିଳା ଓ ଶିଶୁ ରକ୍ତହୀନତା ରୋଗର ଶିକାର ହୋଇଛନ୍ତି । ଅର୍ଦ୍ଧାଧିକ ମହିଳା ଓ ଶିଶୁ ରକ୍ତହୀନତା ରୋଗରେ ପୀଡିତ ଅଛନ୍ତି । ଏହି ମହିଳାଙ୍କ ମଧ୍ୟରେ ଗର୍ଭବତୀ ବି ସ୍ଥାନ ପାଇଛନ୍ତି । ଦେଶର ଅଧିକାଂଶ ରାଜ୍ୟରେ ମହିଳା ସଶକ୍ତିକରଣ ବୃଦ୍ଧି ପାଇଛି । ବ୍ୟାଙ୍କ ଆକାଉଣ୍ଟ ପରିଚାଳନା କରୁଥିବା ମହିଳାଙ୍କ ସଂଖ୍ୟା ଜାତୀୟ ସ୍ତରରେ ୫୩ ପ୍ରତିଶତରୁ ୭୯ ପ୍ରତିଶତକୁ ବୃଦ୍ଧି ପାଇଛି । କମ୍ ଓଜନ ବିଶିଷ୍ଟ ଶିଶୁ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି । ଏହି ସଂଖ୍ୟା ୩୬ ପ୍ରତିଶତରୁ ୩୨ ପ୍ରତିଶତକୁ ହ୍ରାସ ପାଇଛି । ଗର୍ଭନିରୋଧ ହାର ବହୁଳ ବୃଦ୍ଧି ପାଇଛି । ଏହା ୫୪ ପ୍ରତିଶତରୁ ୬୭ ପ୍ରତିଶତକୁ ବୃଦ୍ଧି ପାଇଛି ବୋଲି ରିପୋର୍ଟରେ ଦର୍ଶାଯାଇଛି ।

Leave A Reply

Your email address will not be published.