Latest Odisha News

BREAKING NEWS

ଆରଆରଆରରେ ଅଜୟଙ୍କୁ ୧୫ ଓ ଆଲିୟାଙ୍କୁ ମିଳିଛି ୮ମିନିଟର ଭୂମିକା !

ମୁମ୍ବାଇ: ରାଜାମୌଲୀଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ଆରଆରଆର ଫିଲ୍ମ ଖୁବ୍ ଶୀଘ୍ର ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମ ମାଧ୍ୟମରେ ଆଲିୟା ଭଟ୍ଟ ଦକ୍ଷିଣ ଭାରତ ଫିଲ୍ମରେ ପଦାର୍ପଣ କରିବାକୁ ଯାଉଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଏହି ଫିଲ୍ମରେ ତାଙ୍କୁ ମାତ୍ର ୮ ମିନିଟର ରୋଲ ମିଳିଛି । ଏହା ତାଙ୍କ କ୍ୟାରିୟରର ସବୁ ଠାରୁ ଛୋଟ ଭୂମିକା ହେବ । ପୂର୍ବରୁ ଅଜୟ ଦେବଗନଙ୍କ ଭୂମିକା ନେଇ ମଧ୍ୟ ଖବର ପ୍ରକାଶ ପାଇଥିଲା । ଅଜୟ ୧୫ ମିନିଟର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହେବେ ।

ଆଲିୟାଙ୍କୁ ତାଙ୍କ ଭୂମିକା ସମ୍ପର୍କରେ ପଚରାଯିବାରୁ ସେ କହିଥିଲେ, ୨ ଜଣ ନିର୍ଦ୍ଦେଶକଙ୍କ ସହ କାମ କରିବା ମୋର ସ୍ୱପ୍ନ ଥିଲା । ସେମାନେ ହେଲେ ସଞ୍ଜୟ ଲୀଲା ଭଁସାଲୀ ଓ ରାଜାମୌଲୀ । ଏମାନଙ୍କ ଫିଲ୍ମରେ କାମ କରିବା ବେଳେ ଭୂମିକା ଛୋଟ କିମ୍ବା ବଡର ମାନ୍ୟତା ରଖେ ନାହିଁ । ସଞ୍ଜୟଙ୍କ ଗଙ୍ଗୁବାଇ କାଠିୟାୱାଡିରେ ଆଲିୟା ଗଙ୍ଗୁବାଇ ଭୂମିକା କରୁଛନ୍ତି ।

Leave A Reply

Your email address will not be published.