Latest Odisha News

BREAKING NEWS

ଦେଶରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରୋଗୀ ପୁଣି ଥରେ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତର ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇଥିବା ମହିଳା ପୁଣି ଥରେ କରୋନା ଆକ୍ରାନ୍ତ ହୋଇଛନ୍ତି। ମଙ୍ଗଳବାର ଦିନ କେରଳର ଥ୍ରୀସୁରରେ ସ୍ୱାସ୍ଥ୍ୟ ଅଧିକାରୀ ଏହି ସୂଚନା ପ୍ରଦାନ କରିଛନ୍ତି। ଦେଶର ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ଏହି ମହିଳା।

“ଉକ୍ତ ମହିଳା ଜଣକ ପୁଣି ଥରେ କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କର ଆର୍‌ଟିପିସିଆର୍‌ ରିପୋର୍ଟ ପଜିଟିଭ ଆସିଥିବା ବେଳେ ତାଙ୍କ ଆଣ୍ଟିଜେନ୍ ରିପୋର୍ଟ କିନ୍ତୁ ନେଗେଟିଭ୍‌ ଆସିଥିଲା।

ଅଧ୍ୟୟନ ପାଇଁ ସେ ନୂଆଦିଲ୍ଲୀ ଯିବାକୁ ପ୍ରସ୍ତୁତ ଥିବାରୁ ତାଙ୍କ ନମୁନା ପରୀକ୍ଷା କରାଯାଇଥିଲା। ଏହାପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା ବୋଲି ସେ କହିଛନ୍ତି। ମହିଳା ଜଣକ ବର୍ତ୍ତମାନ ଘରେ ଅଛନ୍ତି ଏବଂ ସେ ସୁସ୍ଥ ଅଛନ୍ତି ବୋଲି ଡାକ୍ତର କହିଛନ୍ତି।

ଜାନୁୟାରୀ ୩୦, ୨୦୨୦ରେ ଉହାନ୍‌ ବିଶ୍ୱବିଦ୍ୟାଳୟର ତୃତୀୟ ବର୍ଷର ଡାକ୍ତରୀ ଛାତ୍ରୀ ଥିଲେ ‌ଏବଂ ସେ ଦେଶରେ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେମିଷ୍ଟାର ଛୁଟି ପରେ ସେ ଘରକୁ ଫେରିବାର କିଛି ଦିନ ପରେ ସେ କରୋନା ସଂକ୍ରମିତ ହୋଇଥିଲେ।

Comments are closed.