ଚେନ୍ନାଇ: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ସୋମବାର କନ୍ୟାକୁମାରୀରେ ବିବେକାନନ୍ଦ ସ୍ମାରକୀରୁ ଥିରୁଭଲ୍ଲୁଭରଙ୍କ ପ୍ରତିମୂର୍ତ୍ତି ସ୍ଥଳକୁ ସଂଯୋଗ କରୁଥିବା ଏକ ନୂତନ କାଚ ବ୍ରିଜ୍ ଉଦଘାଟନ କରିଛନ୍ତି। କନ୍ୟାକୁମାରୀଠାରେ ସମୁଦ୍ର ଉପରେ ଦେଶର ପ୍ରଥମ କାଚ ବ୍ରିଜ ନିର୍ମାଣ କରାଯାଇଛି।
ଏହି ବ୍ରିଜ ଦେଇ ପର୍ଯ୍ୟଟକମାନେ ବର୍ତ୍ତମାନ ବିବେକାନନ୍ଦ ସ୍ମାରକୀରୁ ଥିରୁଭଲ୍ଲୁଭରଙ୍କ ପ୍ରତିମୂର୍ତ୍ତି ସ୍ଥଳକୁ ପହଞ୍ଚି ପାରିବେ। ଏବେ ବିବେକାନନ୍ଦ ସ୍ମାରକୀରୁ ଥିରୁଭଲ୍ଲୁଭର୍ ପ୍ରତିମୂର୍ତ୍ତି ସ୍ଥଳକୁ ଯିବା ପାଇଁ ପର୍ଯ୍ୟଟକମାନଙ୍କୁ ଆଉ ଡଙ୍ଗାର ଆବଶ୍ୟକତା ପଡିବ ନାହିଁ।
ଷ୍ଟାଲିନ ତାଙ୍କ ଅଫିସିଆଲ୍ ଏକ୍ସ (ପୂର୍ବରୁ ଟ୍ୱିଟର) ହ୍ୟାଣ୍ଡେଲରେ ଧନୁଯାତ୍ରା ଆକୃତିର ସେତୁର ଏକ ଭିଡିଓ ସେୟାର କରିଛନ୍ତି। ଏହି କାଚ ବ୍ରିଜକୁ ୩୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି। ୭୭ ମିଟର ଲମ୍ବ ବିଶିଷ୍ଟ ଏହି ସେତୁଟି ୧୦ ମିଟର ଚଉଡାରେ ନିର୍ମାଣ କରାଯାଇଛି। ଏହା ବ୍ୟତୀତ ଏହି ସେତୁ ନିର୍ମାଣ ସମୟରେ ପର୍ଯ୍ୟଟକଙ୍କ ସୁରକ୍ଷା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦିଆଯାଇଛି।
அய்யன் வள்ளுவர் சிலையை விவேகானந்தர் பாறையுடன் இணைக்கக் கடல் நடுவே அமைக்கப்பட்டுள்ள கண்ணாடி இழைப் பாலம் திறப்பு,
பல்வேறு வகைகளிலும் குறள்நெறி பரப்பும் தகைமையாளர்களுக்குச் சிறப்பு,
அறிவார்ந்தோரின் கருத்துச் செறிவுமிக்க பேச்சில் வள்ளுவத்தின் பயன் குறித்த பட்டிமன்றம் – என “வள்ளுவம்… pic.twitter.com/EmATLQhPLh
— M.K.Stalin (@mkstalin) December 30, 2024
୨୦୦୦ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍. କରୁଣାନିଧିଙ୍କ ଦ୍ୱାରା ଥିରୁଭଲ୍ଲୁଭରଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା। ଏହି ପ୍ରତିମୂର୍ତ୍ତି ନିର୍ମାଣକୁ ୨୫ ବର୍ଷ ପୂରଣ ହେବାକୁ ଯାଉଛି। ଏହି ଅବସରରେ ରାଜ୍ୟରେ ରୌପ୍ୟ ଜୟନ୍ତୀ ପାଳନ କରାଯାଉଛି। ରୌପ୍ୟ ଜୟନ୍ତୀ ପାଳନ ପାଇଁ ତିନି ଦିନିଆ ଉତ୍ସବ ଆରମ୍ଭରୁ ଗ୍ଲାସ୍ ଫାଇବର ବ୍ରିଜକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ। ଏହି ସେତୁ ଖୁବ୍ ଶୀଘ୍ର ଲୋକଙ୍କ ପାଇଁ ମଧ୍ୟ ଖୋଲାଯିବ।
Comments are closed.