ରାଂଚୀ: ଚତୁର୍ଥ ଟେଷ୍ଟରେ ଇଂଲଣ୍ଡକୁ ୫ ୱିକେଟରେ ହରାଇ ଭାରତ ୩-୧ରେ ଅଗ୍ରଣୀ ରହି ଆଗୁଆ ସିରିଜ ଜିତି ନେଇଛି । ୧୯୨ ରନର ଲକ୍ଷ୍ୟକୁ ଭାରତ ୫ ୱିକେଟ ହରାଇ ହାସଲ କରିନେଇଛି । ଧ୍ରୁବ ଜୁରେଲ ୩୯ ଓ ଶୁଭମନ ଗିଲ ୫୨ ରନ କରି ଅପରାଜିତ ରହିଥିଲେ । ସେମାନେ ଷଷ୍ଠ ୱିକେଟରେ ଅପରାଜିତ ୭୨ ରନର ପାର୍ଟନରଶିପ ସଂଗ୍ରହ କରିଥିଲେ । ଅଧିନାୟକ ରୋହିତ ଶର୍ମା ମଧ୍ୟ ୫୫ ରନର ଇନିଂସ ଖେଳିଥିଲେ । ଧ୍ରୁବ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଘରୋଇ ମାଟିରେ ଭାରତର ଏହା କ୍ରମାଗତ ୧୭ତମ ସିରିଜ ବିଜୟ । ଏହା ଏକ ରେକର୍ଡ । ୨୨ ଫେବୃୟାରୀ ୨୦୨୩ରୁ ଏହି ବିଜୟଧାରା ଜାରୀ ରହିଛି । ଏହା ପୂର୍ବରୁ ଅଷ୍ଟ୍ରେଲିଆ ୧୯୯୪ରୁ ୨୦୦୧ ପର୍ଯ୍ୟନ୍ତ ୧୦ ଟେଷ୍ଟ ସିରିଜ ଜିତିଥିଲ । ।
ଇଂଲଣ୍ଡର ବ୍ୟାଜବଲ କ୍ରିକେଟ ଷ୍ଟାଇଲ କିନ୍ତୁ ଭାରତରେ କାମ ଦେଇନି । ଟିମ ଲଗାତାର ୩ଟି ମ୍ୟାଚରେ ପରାଜିତ ହୋଇଛି । ଏବେ ଏହି ଶୈଳୀକୁ ସମାଲୋଚନା କରାଯାଉଛି । ସିରିଜର ଶେଷ ମ୍ୟାଚ ମାର୍ଚ୍ଚ ୭ରୁ ଧର୍ମଶାଳାରେ ଖେଳାଯିବ । ଟସ ଜିତି ଇଂଲଣ୍ଡ ପ୍ରଥମ ଇନିଂସରେ ୩୫୩ ରନ କରିଥିଲା । ଜବାବରେ ଭାରତ ୩୦୭ ରନ କରିବାକୁ ସକ୍ଷମ ହୋଇଥିଲା । ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ୧୪୫ ରନ କରି ଅଲଆଉଟ ହେବା ଫଳରେ ଭାରତ ସମ୍ମୁଖରେ ୧୯୧ ରନର ଲକ୍ଷ୍ୟ ରହିଥିଲା ।
An unbeaten 72*-run partnership between @ShubmanGill & @dhruvjurel21 takes #TeamIndia over the line!
India win the Ranchi Test by 5 wickets ??
Scorecard ▶️ https://t.co/FUbQ3MhXfH#TeamIndia | #INDvENG | @IDFCFIRSTBank pic.twitter.com/ORJ5nF1fsF
— BCCI (@BCCI) February 26, 2024
୭ମ ଥର ପାଇଁ ଭାରତ ସିରିଜରେ ୦-୧ରେ ପଛୁଆ ରହିବା ପରେ ସିରିଜ ଜିତିବାରେ ସଫଳ ହୋଇଛି । ବେନ ଷ୍ଟୋକ୍ସ, ଜୋ ରୁଟ ଓ ଜେମ୍ସ ଆଣ୍ଡରସନ ଭାରତରେ ୧୦ଟେଷ୍ଟ ହାରିଛନ୍ତି ।
Comments are closed.