Latest Odisha News

BREAKING NEWS

ବିଶ୍ୱ ରେକର୍ଡ କରିବେ ବିରାଟ କୋହଲୀ, ହେବେ ଶ୍ରେଷ୍ଠ ଅଧିନାୟକ !

ନୂଆଦିଲ୍ଲୀ: ନୂଆ ରେକର୍ଡ ସୃଷ୍ଟି କରିବା ଦିଗରେ ଭାରତୀୟ ଅଧିନାୟକ ବିରାଟ କୋହଲୀ । ବିଶ୍ୱର ୩ ଜଣ ଶ୍ରେଷ୍ଠ ଟେଷ୍ଟ ଅଧିନାୟକ ତାଲିକାରେ ସାମିଲ ଥିବା କୋହଲି ଏବେ ନୂଆ ରେକର୍ଡ ସୃଷ୍ଟି କରିବା ନେଇ ଆଶା ପ୍ରକାଶ ପାଇଛି ।

ସୂଚନା ଅନୁସାରେ, ଯେଉଁ ଖେଳାଳିମାନେ ୩୦ଟି ଟେଷ୍ଟ ମ୍ୟାଚରେ ଅଧିନାୟକତ୍ୱ କରିଛନ୍ତି, ସେମାନଙ୍କୁ ଏହି ତାଲିକାରେ ସାମିଲ କରାଯାଇଛି । ରିପୋର୍ଟ ଅନୁସାରେ ଭାରତର ଅଧିନାୟକ ବିରାଟ କୋହଲୀ ୫୮.୩ ପ୍ରତିଶତ ମ୍ୟାଚ ଜିତି ଏହି ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି ।

ଆଗାମୀ ଅକ୍ଟୋବର ୨ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଟେଷ୍ଟ ଶୃଙ୍ଖଳା । ଯଦି ଏହି ଶୃଙ୍ଖଳାକୁ ଭାରତ ଜିତି ନେଉଛୁ, ତେବେ ବିରାଟ କୋହଲୀ ୩୦ ଟେଷ୍ଟ ମ୍ୟାଚ ବିଜୟୀ ହେବାରେ ପ୍ରଥମ ଭାରତୀୟ ଅଧିନାୟକ ହୋଇପାରିବା ସହ ବିଶ୍ୱ ସ୍ତରରେ ମଧ୍ୟ ଉପରକୁ ଯାଇ ସର୍ବଶ୍ରେଷ୍ଠ ଅଧିନାୟକ ହୋଇପାରିବେ ।

ବିଶ୍ୱର ଶ୍ରେଷ୍ଠ ୫ ଜଣ ଟେଷ୍ଟ ଅଧିନାୟକଙ୍କ ମଧ୍ୟରେ ୧ ନମ୍ବରରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ ୱ ଓ ୨ୟରେ ଓ ରିକି ପଣ୍ଟିଂ ଥିବାବେଳେ ତୃତୀୟରେ ଅଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲୀ ।

ଷ୍ଟିଭ ୱଙ୍କ ନେତୃତ୍ୱରେ ଅଷ୍ଟ୍ରେଲ୍ରିଆ ୭୧.୯ ପ୍ରତିଶତ ଓ ପଣ୍ଟିଂଙ୍କ ଅଧିନାୟକତ୍ୱରେ ୬୨.୩ ପ୍ରତିଶତ ମ୍ୟାଚ ଜିତିଥିବା ବେଳେ ବିରାଟଙ୍କ ଅଧିନାୟକତ୍ୱରେ ଭାରତ ୫୮.୩ ପ୍ରତିଶତ ମ୍ୟାଚ ଜିତିଛି ।

Leave A Reply

Your email address will not be published.