Latest Odisha News

BREAKING NEWS

ଦେଶରେ ହଜାରେ ମୁହାଁ ଓମିକ୍ରନ୍ କେସ୍, ଦିଲ୍ଲୀ ଓ ମହାରାଷ୍ଟ୍ରରୁ ଅଧା ସଂକ୍ରମିତ

ନୂଆଦିଲ୍ଲୀ: ଭାରତରେ କାୟା ମେଲାଇ ଚାଲିଲାଣି ଓମିକ୍ରନ୍ । ଦୈନିକ କେସ୍ ବଢୁଛି । ଶହେରୁ ଏବେ ପାଖାପାଖି ହଜାରେ ମୁହାଁ ହେଲାଣି ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୨୨ ରାଜ୍ୟରେ ପଶିଲାଣି । ଚିହ୍ନଟ ହୋଇଛି ୯୬୧ ନୂଆ ଭାରିଆଣ୍ଟ କେସ୍ ।

ଦେଶରୁ ଯେତିକି ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ତାର ଅଧା କେବଳ ଦିଲ୍ଲୀ ଓ ମହାରାଷ୍ଟ୍ରରୁ ବାହାରିଛନ୍ତି । ଦିଲ୍ଲୀରୁ ସର୍ବାଧିକ ୨୬୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ଏହି ସଂଖ୍ୟା ୨୫୨ । ଏହି ଦୁଇଟି ରାଜ୍ୟରୁ କେବଳ ୫୧୫ ଓମିକ୍ରନ୍ କେସ୍ ବାହାରିଛି । ଯାହାକି ଦେଶର ସଂକ୍ରମିତଙ୍କର ୫୩ ପ୍ରତିଶତ ।

ଗୁଜରାଟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୯୭ । ରାଜସ୍ଥାନରୁ ୬୯, କେରଳରୁ ୬୫, ତେଲେଙ୍ଗାନାରୁ ୬୨, ତାମିଲନାଡୁରୁ ୪୫, କର୍ଣ୍ଣାଟକରୁ ୩୪ଟି ନୂଆ ଭାରିଆଣ୍ଟ କେସ୍ ବାହାରିଛି । ବର୍ତ୍ତମାନ ସୁଦ୍ଧା ଦେଶରୁ ୩୨୦ ଜଣ ଓମିକ୍ରନ୍ ଆକ୍ରାନ୍ତ ସୁସ୍ଥ ହେଲେଣି ।

Comments are closed.