Latest Odisha News

BREAKING NEWS

ଆଜି ୨୧ ଜିଲ୍ଲାରୁ ୨୨୫ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା କେସ୍ । ୨୪ ଘଣ୍ଟାରେ ୨୨୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୧୩୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ୯୩ଟି ରହିଛି । ୧୮ ବର୍ଷ ଭିତରେ ଆଉ ୩୭ ଜଣ ପଜିଟିଭ୍ ବାହାରିଛନ୍ତି । ଆଜି ୨୧ ଜିଲ୍ଲାରୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକି ରାଜ୍ୟର ମୋଟ୍ ଆକ୍ରାନ୍ତଙ୍କ ୩୮ ପ୍ରତିଶତ । ସମ୍ୱଲପୁରରୁ ୨୩, ସୁନ୍ଦରଗଡ଼ରୁ ୧୩, ବାଲେଶ୍ୱରରୁ ୧୨, କଟକରୁ ୧୧ ଓ ମୟୂରଭଞ୍ଜରୁ ଆଉ ୧୦ ଜଣ ସଂକ୍ରମିତ ହୋଇଛନ୍ତି ।

ଅନ୍ୟ ୧୫ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଅଙ୍କ ତଳେ ରହିଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୦ଲକ୍ଷ ୫୪ହଜାର ୬୦୬କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୧୦ଲକ୍ଷ ୪୪ହଜାର ୪୪୩ । ଏବେ ରାଜ୍ୟରେ ୧୬ଶହ ୫୨ ଆକ୍ଟିଭ୍ କେସ୍ ରହିଛି । ଓଡ଼ିଶାରୁ ବର୍ତ୍ତମାନ ସୁଦ୍ଧା ୯ ଜଣ ଓମିକ୍ରନ୍ ସଂକ୍ରମିତ ବାହାରିଛନ୍ତି ।

Leave A Reply

Your email address will not be published.