Latest Odisha News

ଭାରତରେ ଗୋଲଡେନ୍ ଟାଇଗର୍ ! ଦେଖନ୍ତୁ ଫଟୋ

ଆସାମ: ବନ୍ୟପ୍ରାଣୀ ପ୍ରେମୀଙ୍କ ପାଇଁ ଖୁସି ଖବର । ଭାରତରେ ଅଛି ଗୋଟିଏ ଗୋଲଡେନ୍ ଟାଇଗର୍ (ସୁବର୍ଣ୍ଣ ବାଘ) । ଦେଖିବାକୁ ଭାରି କୌତୁକିଆ । ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଆସାମର କାଜିରଙ୍ଗାରେ ରହିଛି ଗୋଲଡେନ୍ ଟାଇଗର୍ ଦୃଶ୍ୟମାନ ହୋଇଛି ।

କୁହାଯାଉଛି ଇଏ ହେଉଛି ଭାରତରେ ବଞ୍ଚି ରହିଥିବା ଏକମାତ୍ର ଗୋଲଡେନ୍ ଟାଇଗର । ଆଇଏଫଏସ୍ ପ୍ରବୀଣ କାସୱାନ୍ ଏହାର ଫଟୋକୁ ସେୟାର କରିଛନ୍ତି । ଓ୍ୱାଇଲ୍ଡ ଲାଇଫ ଫଟୋଗ୍ରାଫର ମୟୂରେଶ ହେଣ୍ଡ୍ରେ ଗୋଲଡେନ୍ ଟାଇଗର୍ ଫଟୋକୁ ଉଠାଇଥିବା କୁହାଯାଉଛି ।

ଏହି ସୁବର୍ଣ୍ଣ ବାଘକୁ “ଷ୍ଟ୍ରବେରୀ ଟାଇଗର” ବା “ଟ୍ୟାବି ଟାଇଗର” ମଧ୍ୟ କୁହାଯାଏ । କାସୱାନ୍ ଆହୁରି ମଧ୍ୟ କହିଛନ୍ତି ଯେ, ଏଭଳି ସୁବର୍ଣ୍ଣ ବାଘଗୁଡିକ ବିରଳ । ଜିନ୍-ମ୍ୟୁଟେସନ୍ କାରଣରୁ ଏହି ପ୍ରଜାତିର ବାଘ ସୃଷ୍ଟି ହୋଇଥିଲା ।
ନିକଟରେ କର୍ଣ୍ଣାଟକର କବାନୀରୁ ଏକ କଳା ରଙ୍ଗର ଚିତାବାଘ(ବ୍ଲାକ ପାନ୍ଥର) ଫଟୋ ଭାଇରାଲ୍ ହୋଇଥିଲା । ଏବେ ଆସାମ କାଜିରଙ୍ଗାରେ ଗୋଲଡେନ୍ ଟାଇଗର୍ ଦୃଶ୍ୟମାନ ହୋଇଥିବା ଫଟୋ ସୋସିଆଲ୍ ମିଡିଆରେ ସେୟାର ହେବାରେ ଲାଗିଛି ।

Leave A Reply

Your email address will not be published.