Latest Odisha News

ଲାଲଗଡରୁ ପୁଡୁଚେରୀ, ଚାଷୀ ପୁଅକୁ ଡକ୍ଟରେଟ୍ ଡିଗ୍ରୀ

ମାଲକାନଗିରି: ପାଠ ପଢିବା ପାଇଁ ମନରେ ଦୃଢ ଇଚ୍ଛ ଶକ୍ତି ଥିଲେ କେହି ବି ହାର ମାନେନି । ଏହାର ଉଦାହରଣ ପାଲଟିଛନ୍ତି ମାଲକାନଗିରିର ମାନ୍ୟନକୋଣ୍ଡାର ଗଣନାଥ ଖିଲ । ପିଲାଟି ବେଳରୁ ପାଠ ପଢିବା ନେଇ ବହୁ ବାଧାବିଘ୍ନ ଆସିଥିଲେ ସୁଦ୍ଧା ନିଜର ଅଦମ୍ୟ ଇଚ୍ଛା ବଳରେ ସେ ଆଜି ଡକ୍ଟରେଟ୍ ହାସଲ କରିପାରିଛନ୍ତି ।

ଏକ ଗରିବ ପରିବାରର ଗଣନାଥଙ୍କ ବାପା ମଧୁ ଖିଲ ଜଣେ ଚାଷୀ । ଚାଷରୁ ଯାହା ମିଳେ ସେଥିରେ ଚାରି ପୁଅ ଝିଅ ଓ ପତ୍ନୀଙ୍କୁ ନେଇ ଚଳନ୍ତି । ଗଣନାଥ ଗୋବିନ୍ଦପଲ୍ଲୀ ସ୍କୁଲରୁ ଦଶମ ପାସ୍ କରିବା ପରେ ମାଲକାନଗିରି କଲେଜ ରୁ ଯୁକ୍ତ ତିନି ଶେଷ କରିଥିଲେ । ଆଗକୁ ଆଧିକ ପଢିବାର ଇଚ୍ଛା ଥିଲା ଗଣନାଥଙ୍କର ।

ପୁଅର ଇଚ୍ଛା ଦେଖି କେବେ ସ୍କୁଲ ମାଡି ନ ଥିବା ବାପା ମଧୁ ବି ତାହା ପୂରଣ କରିବା ପାଇଁ ଆପ୍ରାଣ ଉଦ୍ୟମ କଲେ । ଏଥି ପାଇଁ ସେ ଜମି ବାଡି ବିକିବା ସହ ଧାର୍ କରଜ କରି ପୁଅକୁ ପାଠ ପଢିବା ପାଇଁ ଟଙ୍କା ଦେଲେ । ଗଣନାଥ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଆଇଆରପିଏମ୍‌ରେ ପିଜି ଓ ଏମଫିଲ୍ ସାରିବା ପରେ ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟରେ ପିଏଚ୍ଡି ଶେଷ କରିଛନ୍ତି ।

ମାନ୍ୟୋମକୋଣ୍ଡା ରୁ ପୁଡୁଚେରୀ । ଯାତ୍ରା ବେଶ୍ ଜଟିଳ ଥିଲା । କିନ୍ତୁ ଗଣନାଥଙ୍କ ଅକ୍ଲାନ୍ତ ପରିଶ୍ରମ ଓ ଇଚ୍ଛାଶକ୍ତି ଏସବୁ ସମ୍ଭବ କରିପାରିଛି । ସ୍ଥାନୀୟ ଅଂଚଳ ତଥା ସାରା ଆଦିବାସୀ ସମାଜର ଛାତ୍ରଛାତ୍ରୀଙ୍କ ପାଇଁ ଉଦାହରଣ ପଲଟିଛନ୍ତି । ସେପେଟ ତାଙ୍କ ବାପା ନିଜ ଶ୍ରମ ସାର୍ଥକ ହୋଇଥିବାରୁ ବେଶ୍ ଖୁସି ଅଛନ୍ତି ।

Leave A Reply

Your email address will not be published.