ପର୍ଥ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଦିିନିକିଆ କ୍ରିକେଟ ମ୍ୟାଚ ଅକ୍ଟୋବର ୧୯ରେ ପର୍ଥରେ ଖେଳାଯିବ । ଶୁଭମନ ଗିଲ ନେତୃତ୍ୱାଧୀନ ଟିମ ଇଣ୍ଡିଆର ଚୂଡାନ୍ତ ଏକାଦଶ କିପରି ରହିବ ସେ ନେଇ ସମସ୍ତେ ଦ୍ୱନ୍ଦ୍ୱରେ ରହିଛନ୍ତି । ରୋହିତ ଶର୍ମା ଓ ବିରାଟ କୋହଲି ଉପଲବ୍ଧ ହେବା ପରେ କିଏ ଦଳରୁ ବାଦ ପଡିବ ତାହା ହେବେ ଟିମ ମ୍ୟାନେଜମେଂଟ ଚିନ୍ତାରେ ରହିଛି । ରୋହିତ ଶର୍ମା ଓ ଶୁଭମନ ଗିଲ ଇନିଂସ ଓପନ କରିବା ଏକପ୍ରକାର ନିଶ୍ଚିତ ହୋଇଛି । ଏହାର ମାନେ ଯଶସ୍ୱୀ ଜୈସୱାଲ ସ୍ଥାନ ପାଇବେ ନାହିଁ । ନିକଟରେ ଶତକ ମାରିଥିଲେ ମଧ୍ୟ ସେ ଚୂଡାନ୍ତ ଏକାଦଶରୁ ବାଦ ପଡିବେ । ବିରାଟ କୋହଲି ଓ ଶ୍ରେୟାଶ ଆୟାର ୩ୟ ଓ ୪ର୍ଥ ସ୍ଥାନରେ ବ୍ୟାଟିଂ କରିବେ । କେଏଲ ରାହୁଲ ୱିକେଟକିପିଂ କରିବା ସହ ୫ମ ସ୍ଥାନରେ ବ୍ୟାଟିଂ କରିବେ ।
ହାର୍ଦ୍ଦିକ ପାଣ୍ଡ୍ୟା ଏହି ସିରିଜରେ ଖେଳୁ ନ ଥିବାରୁ ନୀତିଶ କୁମାର ରେଡ୍ଡୀ ଅଲରାଉଣ୍ଡର ଦାୟିିତ୍ୱ ୬ଷ୍ଠ ସ୍ଥ୍ାନରେ ସମ୍ଭାଳିବେ । ଅକ୍ଷର ପଟେଲ ଓ ୱାଶିଂଟନ ସୁନ୍ଦରଙ୍କୁ ୭ମ ଓ ୮ମ ସ୍ଥାନରେ ବ୍ୟାଟିଂ କରିବେ । ମହମ୍ମଦ ସିରାଜ ଓ ଅର୍ଶଦୀପ ସିଂ ପେସ ବୋଲର ଭାବେ ଖେଳିବା ନିଶ୍ଚିତ ହୋଇଥିବା ବେଳେ ପ୍ରସିଦ୍ଧ କ୍ରିଷ୍ଣା ଓ ହର୍ଷିତ ରାଣାଙ୍କ ମଧ୍ୟରୁ ଜଣଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିପାରେ । ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୩ଟି ମ୍ୟାଚ ଖେଳିବ । ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପାଇଁ ଏହି ସିରିଜ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି ।
Comments are closed.