Latest Odisha News

BREAKING NEWS

ଭୋକିଲା ତାଲିକାରେ ୯୪ରୁ ୧୦୧ତମ ସ୍ଥାନକୁ ଖସିଛି ଭାରତ

ନୂଆଦିଲ୍ଲୀ: ଗ୍ଲୋବାଲ୍ ହଙ୍ଗର୍ ଇଣ୍ଡେକ୍ସ (GHI) ୨୦୨୧ ରିପୋର୍ଟ ଅନୁଯାୟୀ ୧୧୬ଟି ଦେଶ ମଧ୍ୟରେ ଭାରତର ସ୍ଥାନ ୧୦୧ରେ ରହିଛି। ୨୦୨୦ ରେ, ୧୦୭ ଟି ଦେଶ ମଧ୍ୟରୁ ଭାରତର ସ୍ଥାନ ୯୪ ଥିଲା। ୨୦୨୧ ର଼୍ୟାଙ୍କିଙ୍ଗ୍ ଅନୁଯାୟୀ ପାକିସ୍ତାନ, ବାଂଲାଦେଶ ଏବଂ ନେପାଳ ଭାରତ ଅପେକ୍ଷା ଭଲ ପ୍ରଦର୍ଶନ କରିଛନ୍ତି। ଭୋକିଲା ତାଲିକାରେ ଆହୁରି ତଳକୁ ଖସିଛି ଭାରତ।

ରିପୋର୍ଟ ଅନୁଯାୟୀ ଭାରତରେ ଭୋକର ମାତ୍ରା ଉଦ୍‌ବେଗଗଜନକ। ଭାରତର ଗ୍ଲୋବାଲ୍ ହଙ୍ଗର ଇଣ୍ଡେକ୍ସ (GHI) ସ୍କୋର ୨୦୦୦ ରେ ୩୮.୮ ରୁ ହ୍ରାସ ପାଇ ୨୦୧୨ ରୁ ୨୦୨୧ ମଧ୍ୟରେ ୨୭.୫ ରୁ ୨୮.୮ ମଧ୍ୟରେ ପହଞ୍ଚିଛି।

ଶିଶୁଙ୍କ ପୃଷ୍ଟିକରଣ, ଅପପୃଷ୍ଟି, ଖାଦ୍ୟ ପରିମାଣ, ଖାଦ୍ୟରେ ଥିବା ପୋଷଣ, ଶିଶୁ ମୃତ୍ୟୁହାର ଭଳି ବିଭିନ୍ନ ଦିଗକୁ ନେଇ ଏହି ତାଲିକା ପ୍ରସ୍ତୁତ କରାଯାଇଥାଏ। ୧୧୬ ଦେଶକୁ ନେଇ ପ୍ରସ୍ତୁତ ହୋଇଥିବା ତାଲିକାର ସବୁଠୁ ତଳେ ଆଫ୍ରିକୀୟ ରାଷ୍ଟ୍ର ସୋମାଲିଆ ରହିଛି।

ରିପୋର୍ଟ ଅନୁଯାୟୀ ଭାରତରେ ଚାଇଲ୍ଡ ୱେଷ୍ଟିଂ ହାର ୧୯୯୮ ରୁ ୨୦୦୨ ମଧ୍ୟରେ ୧୭.୧ ପ୍ରତିଶତରୁ ୨୦୧୬ ରୁ ୨୦୨୦ ମଧ୍ୟରେ ୧୭.୩ ପ୍ରତିଶତକୁ ବୃଦ୍ଧି ପାଇଛି।

ରିପୋର୍ଟରେ କୁହାଯାଇଛି ଯେ ବିଶ୍ବରେ ଚାଇଲ୍ଡ ୱେଷ୍ଟିଂ ହାର ସର୍ବାଧିକ ଥିବା ଭାରତରେ କୋଭିଡ-୧୯ ଏବଂ ମହାମାରୀ ସମ୍ବନ୍ଧୀୟ ପ୍ରତିବନ୍ଧକ ଦ୍ୱାରା ଲୋକମାନେ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି।

ତେବେ ଆର୍ଥିକ ଓ ରାଜନୈତିକ ଅସ୍ଥିରତା ଥିବା ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ, ବାଂଲାଦେଶ ଏବଂ ନେପାଳ କିନ୍ତୁ ଭାରତ ଆଗରେ ରହିଛି। ତାଲିକାର ୭୬ ନମ୍ବରରେ ନେପାଳ ଓ ବାଂଲାଦେଶ, ୭୧ରେ ମିଆଁମାର, ୯୨ରେ ପାକିସ୍ତାନ ରହିଛି।

GHI ରିପୋର୍ଟ ଅନୁଯାୟୀ, ସମଗ୍ର ବିଶ୍ୱ ପାଇଁ କ୍ଷୁଧା ବିରୋଧରେ ଲଢେଇ ବିପଜ୍ଜନକ ଅଟେ। ସାମ୍ପ୍ରତିକ ଆକଳନକୁ ଆଧାର କରି ବିଶ୍ବର ୪୭ ଟି ଦେଶ ୨୦୩୦ ସୁଦ୍ଧା ଆହୁରି ଖରାପ ପରିସ୍ଥିତି ଦେଇ ଗତି କରିବେ।୨୦୨୧ ରିପୋର୍ଟ ଅନୁଯାୟୀ  ଜଳବାୟୁ ପରିବର୍ତ୍ତନ ଏବଂ ମହାମାରୀ ସମଗ୍ର ବିଶ୍ୱରେ ଖାଦ୍ୟ ସୁରକ୍ଷା ସ୍ଥିତିକୁ ଆହୁରି ଖରାପ କରିଦେଇଛି।

 

Leave A Reply

Your email address will not be published.