Latest Odisha News

ପାଲେଷ୍ଟାଇନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ମୁକୁଳ ଆର୍ୟ୍ୟଙ୍କ ସନ୍ଦେହଜନକ ମୃତ୍ୟୁ

ନୂଆଦିଲ୍ଲୀ: ପାଲେଷ୍ଟାଇନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ମୁକୁଳ ଆର୍ୟ୍ୟଙ୍କ ମୃତ୍ୟୁ । ରମଲ୍ଲା ସ୍ଥିତ ଦୂତାବାସ ନିକଟର ତାଙ୍କର ମୃତ୍ୟୁ ହୋଇଥିଲା । ତେବେ କେମିତି ଓ କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ଜଣା ପଡିନି ।

୨୦୦୮ ବ୍ୟାଚ୍ ଆଇଏଫଏସ୍ ଅଫିସର ମୁକୁଲ ଆର୍ୟ୍ୟ । ପୂର୍ବରୁ କାବୁଲ ଓ ମସ୍କୋରେ ଭାରତୀୟ ଦୂତାବାସରେ ସେ କାମ କରିଥିଲେ । ଜଣେ ଦକ୍ଷ ଓ କର୍ତ୍ତବ୍ୟନିଷ୍ଠ ଅଫିସର ଥିଲେ । ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ।

ପାରିସ ସ୍ଥିତ ୟୁନେସ୍କୋରେ ଭାରତର ସ୍ଥାୟୀ ସଦସ୍ୟ ଭାବରେ ଦାୟିତ୍ୱ ତୁଲାଇଥିଲେ ମୁକୁଲ ଆର୍ୟ୍ୟ । ଦିଲ୍ଲୀ ସ୍ଥିତ ବୈଦେଶିକ ମନ୍ତ୍ରାଳୟ ମୁଖ୍ୟାଳୟରେ ବି କାମ କରିଥିଲେ । ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଓ ଜେଏନୟୁରେ ଅର୍ଥନୀତିରେ ଡିଗ୍ରୀ ହାସଲ ପରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ ।

Comments are closed.