Latest Odisha News

BREAKING NEWS

ଆତଙ୍କବାଦୀଙ୍କୁ ରୋକିବା ପାଇଁ ଭାରତକୁ ମିଳିଲା ୭୫ରୁ ଅଧିକ ଦେଶର ସମର୍ଥନ

ନୂଆଦିଲ୍ଲୀ: ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ଟି.ଏସ୍ ତିରୁମୂର୍ତ୍ତି ଗୁରୁବାର ଦିନ ଘୋଷଣା କରିଛନ୍ତି ଯେ ଆତଙ୍କବାଦୀଙ୍କୁ ରୋକିବା ପାଇଁ ପଦକ୍ଷେପ ସମ୍ପର୍କରେ ମିଳିତ ଜାତିସଂଘ ସାଧାରଣ ସଭାରେ ଭାରତ ଦେଇଥିବା ଏକ ପ୍ରସ୍ତାବକୁ ୭୫ ରୁ ଅଧିକ ଦେଶର ସମର୍ଥନ ମିଳିଛି। ସେ ଖୁସି ବ୍ୟକ୍ତ କରିଛନ୍ତି ଯେ ଏହି ନିଷ୍ପତ୍ତି ପରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ରୋକିବା ପାଇଁ ଅଧିକରୁ ଅଧିକ ପ୍ରଭାବଶାଳୀ ପଦକ୍ଷେପ ନିଆଯିବ।

ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ଟି.ଏସ୍ ତିରୁମୁର୍ତି ଟ୍ୱିଟ୍ କରି କହିଛନ୍ତି ଯେ ଆତଙ୍କବାଦ ବିରୋଧ ଲଢେଇରେ ଭାରତ ଆଗରେ ରହିଛି ଏବଂ ଆତଙ୍କବାଦୀଙ୍କ ପ୍ରବେଶ ଅସ୍ତ୍ରଶସ୍ତ୍ରକୁ ରୋକିବା ପାଇଁ ଏହା ହୃଦୟସ୍ପର୍ଶୀ। ସମ୍ପୃକ୍ତ ପଦକ୍ଷେପ ପାଇଁ ୭୫ ରୁ ଅଧିକ ଦେଶ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ ଏବଂ ମିଳିତ ଜାତିସଂଘ ସାଧାରଣ ସଭାର ପ୍ରଥମ କମିଟିରେ ଏହାକୁ ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇଥିଲା।

Comments are closed.