Latest Odisha News

ଅଷ୍ଟ୍ରେଲିଆନ ଓପନ ଟେନିସ: ପୁରୁଷ ଡବଲ୍ସ ଜିତି ଇତିହାସ ରଚିଲେ ବୋପାନ୍ନା

ମେଲବୋର୍ଣ୍ଣ: ଭାରତର ରୋହନ ବୋପାନ୍ନା ଓ ଅଷ୍ଟ୍ରେଲିଆର ମାଥ୍ୟୁ ଏବଡେନ ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଂଟର ପୁରୁଷ ଡବଲ୍ସ ଟାଇଟଲ ଜିତି ଇତିହାସ ରଚିଛନ୍ତି । ୪୩ ବର୍ଷ ବୟସରେ ବୟୋଜ୍ୟେଷ୍ଠ ଖେଳାଳି ଭାବେ ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ବିଶ୍ୱର ଏକ ନମ୍ବର ଡବଲ୍ସ ଖେଳାଳି ବୋପାନ୍ନା ଓ ତାଙ୍କ ଯୋଡି ଫାଇନାଲରେ ଇଟାଲୀର ସାଇମନ ବୋଲେଲୀ ଓ ଆଣ୍ଡ୍ର‌୍ୟୁ ବାବସାରୀଙ୍କୁ ୭-୬(୭-୦), ୭-୫ ସେଟରେ ପରାସ୍ତ କରିଥିଲେ । ୨ଟି ଯାକ ସେଟ ସଂଘର୍ଷପୂର୍ଣ୍ଣ ହୋଇଥିଲେ ମଧ୍ୟ ବୋପାନ୍ନା ଓ ଏବେଡନ ବାଜି ମାରିଥିଲେ । ନିକଟରେ ବୋପାନ୍ନାଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ଚୟନ କରାଯାଇଥିଲା । ବୋପାନ୍ନାଙ୍କର ଏହା ୬୧ତମ ଡବଲ୍ସ ମ୍ୟାଚ ଥିଲା ।

ସେ ୧୯ ଅଲଗା ଅଲଗା ସାଥୀଙ୍କ ସହ ମ୍ୟାଚ ଖେଳିଛନ୍ତି । ଆମେରିକାର ରାଜୀବ ରାମ ୫୮ ମ୍ୟାଚ ପରେ ଡବଲ୍ସ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିଲେ । ବୋପାନ୍ନା ୬୧ ମ୍ୟାଚ ପରେ ଏହି ସଫଳତା ହାସଲ କରିଛନ୍ତି । ଏହା ତାଙ୍କର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟାଇଟଲ । ୨୦୧୭ରେ ସେ ମିକ୍ସଡ ଡବଲ୍ସରେ ଫ୍ରେଂଚ ଓପନ ଟାଇଟଲ ଜିତିଥିଲେ ।

Comments are closed.