Latest Odisha News

BREAKING NEWS

ରାଉରକେଲା ପୋଲିସକୁ ବଡ ସଫଳତା, ନକଲି ଷ୍ଟକ ମାର୍କେଟ ଆପ ଠକେଇରେ ସମ୍ପୃକ୍ତ ୬ ଠକ ଗିରଫ

ରାଉରକେଲା: ରାଉରକେଲା ପୋଲିସକୁ ବଡ଼ ସଫଳତା । ଏକ ଆନ୍ତର୍ଜାତୀୟ ସାଇବର କ୍ରାଇମ ରାକେଟକୁ ଠାବ କରିଛି ଓଡିଶାର ରାଉରକେଲା ପୋଲିସ । ନକଲି ଷ୍ଟକ ମାର୍କେଟ ଆପ ଠକେଇରେ ସମ୍ପୃକ୍ତ ଥିବା ୬ ସାଇବର ଠକଙ୍କୁ ଆଜି ଗିରଫ କରିଛି ପୋଲିସ । ଏଥିରେ ବ୍ୟବହୃତ ହେଉଥିବା ଅନେକ ଆପତ୍ତିଜନକ ସାମଗ୍ରୀ ସେମାନଙ୍କ ନିକଟରୁ ଜବତ ହୋଇଛି । ଏହି ଗିରଫ ସମସ୍ତ ୬ ଜଣ ସାଇବର ଠକ ଛତିଶଗଡ଼ର ବୋଲି ଜଣାପଡିଛି ।

ପୋଲିସର ସୂଚନା ଅନୁସାରେ, ଇନଭେଷ୍ଟମେଣ୍ଟ ନାଁରେ ବେଆଇନ ଆପ୍ ଖୋଲି ଅଧିକ ଅର୍ଥ ମିଳିବା ଲୋଭ ଦେଖାଇ ଲୋକମାନଙ୍କୁ ବିନିଯୋଗ କରିବାକୁ କହୁଥିଲେ । ଆଉ ଲୋକେ ମଧ୍ୟ ଲୋଭର ବଶବର୍ତ୍ତୀ ହୋଇ ବିନିଯୋଗ କରୁଥିଲେ । ଏହି ଠକ ମାନେ ଦେଶର ବିଭିନ୍ନ ବ୍ୟକ୍ତିଙ୍କ ନାଁରେ ୨୦୦ ଟି ସିମ୍ କାର୍ଡ ନେଇ ବିଦେଶରୁ ଅପରେଟ୍ କରୁଥିଲେ । ଏହାସହ ଦେଶର ଅନେକ ରାଜ୍ୟରେ ଏହି ଠକ ମାନେ ଆକ୍ଟିଭ ଥିଲେ ।

ଏହି ଠକ ମାନଙ୍କର ବିଭିନ୍ନ ବ୍ୟାଙ୍କରେ ଥିବା ସେଭିଂ ଆକାଉଣ୍ଟକୁ ଫ୍ରିଜ କରାଯାଇଛି । ଯେଉଁଥିରେ ପାଖାପାଖି ୧୫ କୋଟି ଟଙ୍କା ସହ ୩୦ ହଜାର କ୍ରୀଷ୍ଟ କରେନ୍ସି ଥିବା ସୂଚନା ରହିଛି । ତେବେ ଗତ ଡ଼ିସେମ୍ବର ମାସରେ ରାଉରକେଲାର ଜଣେ ବ୍ୟକ୍ତି ୬୪ ଲକ୍ଷ ୭୦ ହଜାର ବିନିଯୋଗ କରି ଅର୍ଥ ଫେରି ପାଇନଥିବାରୁ ଏନେଇ ସେ ରାଉରକେଲା ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ତଦନ୍ତ କରି ୬ ସାଇବର ଠକଙ୍କୁ ବାନ୍ଧି ଏହି ରାକେଟର ମାଷ୍ଟର ମାଇଣ୍ଡ କୁ ଧରିବାକୁ ଛାନଭିନ ଆରମ୍ଭ କରିଛି ।

Leave A Reply

Your email address will not be published.