Latest Odisha News

BREAKING NEWS

LACରେ ଲାଗିବ ଅତ୍ୟାଧୁନିକ ସ୍ବିଚ୍ ଡ୍ରୋନ୍, ଚୀନର ଗତିବିଧି ଉପରେ ଟିକ୍‌ନିକ୍‌ ନଜର ରଖିବ ଭାରତ 

ନୂଆଦିଲ୍ଲୀ: ଚୀନର ପିପୁଲ୍ସ ଲିବରେସନ୍‌ ଆର୍ମୀ(PLA)ର ହରକତକୁ ନେଇ ପୂର୍ବ ଅପେକ୍ଷା ଆହୁରି କଠୋର ହେବାକୁ ଯୋଜନା କରୁଛି ଭାରତୀୟ ସେନା । ଚୀନ ସେନା ଅନେକ ସମୟରେ ଭାରତ ସୀମାରେ ଅନୁପ୍ରବେଶ କରୁଥିବାରୁ ଏହା ଉପରେ କଡା ନଜର ରଖିବାକୁ ତୟାର ହେଉଛି ଭାରତୀୟ ସେନା । ଡ୍ରୋନ୍‌, ହାଇ ସର୍ଭିଲେନ୍ସ କ୍ୟାମେରା, ସେନସେର ଏବଂ ଇଲେକ୍ଟ୍ରନିକ୍‌ ଯୁଦ୍ଧାସ୍ତ୍ରଗୁଡିକୁ ଅଧିକ ମାତ୍ରାରେ କାର୍ଯ୍ୟକ୍ଷମ କରିବାକୁ ଯୋଜନା କରୁଛି ଭାରତ ।

ଏହା ସହିତ ଅତ୍ୟାଧୁନିକ ସ୍ବିଚ୍‌ ଡ୍ରୋନ୍‌ କିଣିବାକୁ ଯାଉଛି ଭାରତ । LACର ପରିସୀମା ପ୍ରାୟ ୭୭୮ କିଲୋମିଟର ହେଉଥିବାରୁ ଏହା ଉପରେ ଲଗାତାର ଭାବେ ନଜର ରଖିବା ସମ୍ଭବପର ହୋଇପାରୁନାହିଁ । ତେଣୁ ଇସ୍ରାଏଲର ଏକ କମ୍ପାନୀ ସହିତ ଭାରତ ୧୪୦ କୋଟି ଟଙ୍କର ଡିଲ୍‌ କରିଛି । ଅତ୍ୟାଧୁନିକ ସ୍ବିଚ୍‌ ଡ୍ରୋନ୍‌ କିଣିବାକୁ ଭାରତ ପକ୍ଷରୁ ଏହି ଡିଲ୍‌ କରାଯାଇଛି । ଏହି ଡ୍ରୋନ୍‌ଗୁଡିକ ଆସିବା ପରେ ରଣନୀତିକ ସ୍ତରରେ ସୀମା ଆରପଟକୁ ନଜର ରଖିବାରେ କୌଣସି ଅସୁବିଧା ହେବ ନାହିଁ ।

Leave A Reply

Your email address will not be published.