Latest Odisha News

BREAKING NEWS

ବଧୂହତ୍ୟା ମାମଲା: ୪ ଜଣଙ୍କୁ ଆଜୀବନ କାରାଦଣ୍ଡ

ଯାଜପୁର: ବଧୂହତ୍ୟା ମାମଲାରେ ୪ ଜଣଙ୍କୁ ଆଜୀବନ କାରାଦଣ୍ଡ । ବଧୂହତ୍ୟା ମାମଲାରେ ମୃତକଙ୍କ ସ୍ୱାମୀ, ଶ୍ୱଶୁର, ଦିଅର ଓ ଶାଶୁଙ୍କୁ ଯାଜପୁର ମାନ୍ୟବର ଜିଲ୍ଲା ଦେରାଜଜ୍‌ ଶ୍ରୀକାନ୍ତ ମିଶ୍ର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

ମାହାଙ୍ଗା ଥାନା ମଣ୍ଡା ଗ୍ରାମର ବାବାଜୀ ପଣ୍ଡାଙ୍କ ଝିଅ ଲକ୍ଷ୍ମୀପ୍ରିୟା ଜେନାପୁର ଚକ୍ରଧର ପଣ୍ଡାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହର ପରେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା  । ଶାଶୂଘର ଲୋକ ଝିଅକୁ ନିର୍ଯାତନା ଦେଉଥିବା ବେଳେ ବୁଝାବଣାରେ ତାହାର ସମାଧାନ ହେଉଥିଲା ।

ତେବେ ୨୦୧୪ ଫେବ୍ରୁଆରି ୨୯ ତାରିଖରେ ଲକ୍ଷ୍ମୀପ୍ରିୟାଙ୍କୁ ତାଙ୍କ ସ୍ୱାମୀ ଚକ୍ରଧର, ଦିଅର ଅମୀ, ଶାଶୁ ତନୁଲତା ଓ ଶ୍ୱଶୁର ବୀରବର କିରୋସିନ ଢ଼ାଳି ହତ୍ୟା ଉଦ୍ୟମ କରିଥିଲେ । ପରେ କୌଣସି ମତେ ଗ୍ରାମବାସୀଙ୍କ ସହଯୋଗରେ ଉଦ୍ଧାର ପାଇ ଲକ୍ଷ୍ମୀପ୍ରିୟା କଟକ ବଡ ମେଡିକାଲରେ ଚିକିତ୍ସିତ ହୋଇଥିଲେ।

ଏହି ସମୟରେ କଟକ ପୁଲିସ ଏସପି ତଥା ଏକ୍ସ୍ୟୁଟିଭ୍‌ ମାଜିଷ୍ଟେଟ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଲକ୍ଷ୍ମୀପ୍ରିୟାଙ୍କ ମୃତ୍ୟୁକାଳୀନ ଜମାନ ବନ୍ଦୀ ରେକର୍ଡ କରିଥିଲେ । ପରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ପୁଲିସ ମାମଲା ରୁଜୁ କରି ସ୍ୱାମୀ, ଦିଅର, ଶାଶୁ ଓ ଶ୍ୱଶୁରଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିଲେ।

ତେବେ ଆଜି ୧୬ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ମାନ୍ୟବର ଜିଲ୍ଲା ଦେରାଜଜ ଶ୍ରୀକାନ୍ତ ମିଶ୍ର ସମସ୍ତ ଅସାମୀ ୪ ଜଣଙ୍କୁ ଆଜୀବନ କାରାଦଣ୍ଡର ରାୟ ଶୁଣାଇଛନ୍ତି । ଏହି ମାମଲାକୁ ସରକାରଙ୍କ ପକ୍ଷରୁ ପବ୍ଲିକ୍‌ ପ୍ରୋସିକ୍ୟୁଟର ଗଦାଧର ସାହୁ ପରିଚାଳନା କରିଥିଲେ।

Leave A Reply

Your email address will not be published.