Latest Odisha News

BREAKING NEWS

ସମଲିଙ୍ଗୀ ବିବାହକୁ ସୁପ୍ରିମକୋର୍ଟ ଝଟକା:ମାନ୍ୟତା ଦେବାକୁ ମନା କରିଦେଲେ ସିଜେଆଇ

ନୂଆଦିଲ୍ଲୀ:ସମଲିଙ୍ଗୀ ବିବାହକୁ ସୁପ୍ରିମ ଝଟକା । ସୁପ୍ରିମକୋର୍ଟ ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବା ପାଇଁ ସିଧାସଳଖ ମନା କରି ଦେଇଛନ୍ତି । ସିଜେଆଇ କହିଛନ୍ତି, ଏହା ସଂସଦ ଅଧିକାର କ୍ଷେତ୍ର ଅନ୍ତର୍ଭୁକ୍ତ । ତେବେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ସମଲିଙ୍ଗୀ ବିବାହ ସମ୍ପର୍କରେ ଉଚିତ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି ସାରା ଦେଶର ନଜର ସୁପ୍ରିମକୋର୍ଟଙ୍କ ରାୟ ଉପରେ ଥିଲା । ସମଲିଙ୍ଗୀ ବିବାହକୁ ମାନ୍ୟତା ପ୍ରଦାନ ଉପରେ ସୁପ୍ରିମକୋର୍ଟ ତାଙ୍କର ରାୟ ଶୁଣାଇଥିଲେ । ୨୦୨୩ ମେ ୧୧ ତାରିଖରେ ଦୀର୍ଘ ଶୁଣାଣି ପରେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ  ନିଷ୍ପତ୍ତି ଶୁଣାଇ ସାରିଥିଲେ । ତେବେ ରାୟକୁ ସଂରକ୍ଷିତ ରଖିଥିଲେ । ଆଜି ଏହି ରାୟର ଶୁଣାଣି କରିଥିଲେ।

ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ କହିଛନ୍ତି, ସମଲିଙ୍ଗୀ ବିବାହ ଏକ ମୌଳିକ ଅଧିକାର ନୁହେଁ । ସିଜେଆଇ ଡିୱାଇ ଚନ୍ଦ୍ରଚୂଡ କହିଛନ୍ତି, ସମଲିଙ୍ଗୀ ବିବାହକୁ ଅନୁମତି ସଂସଦ ଅଧିକାର ଅଧୀନରେ ରହିଛି ।  ଏଥିପାଇଁ ଆଇନର ପରିବର୍ତ୍ତନ କରିବା ଆବଶ୍ୟକ । ହେଲେ ଆଇନ ପରିବର୍ତ୍ତନ କରିବା କୋର୍ଟଙ୍କ ଅଧିକାରଭୁକ୍ତ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି

ତେବେ ସିଜେଆଇ କହିଛନ୍ତି,  ଯଦି କୌଣସି ଟ୍ରାନ୍ସଜେଣ୍ଡର ବ୍ୟକ୍ତି କୌଣସି ବିଷମଲିଙ୍ଗିକ ବ୍ୟକ୍ତିଙ୍କୁ ବିବାହ କରିବାକୁ ଚାହାଁନ୍ତି ତେବେ ଏହି ବିବାହକୁ ମାନ୍ୟତା ଦିଆଯିବ । କାରଣ ଏହି ବିବାହରେ ଜଣେ ପୁରୁଷ ଏବଂ ଜଣେ ମହିଳା ରହିବେ ।

ସିଜେଆଇ ଆହୁରି କହିଛନ୍ତି, ଟ୍ରାନ୍ସଜେଣ୍ଡର ପୁରୁଷଙ୍କର ଜଣେ ମହିଳାଙ୍କୁ ବିବାହ କରିବାର ଅଧିକାର ରହିଛି । ସେହିପରି ଜଣେ ଟ୍ରାନ୍ସଜେଣ୍ଡର ମହିଳାଙ୍କର ଜଣେ ପୁରୁଷଙ୍କୁ ବିବାହ କରିବାର ଅଧିକାର ବି ରହିଛି । ସେହିପରି ଟ୍ରାନ୍ସଜେଣ୍ଡର ମହିଳା ଓ ଟ୍ରାନ୍ସଜେଣ୍ଡର ପୁରୁଷ ବି ବିବାହ କରିପାରିବେ । ଏଥିପାଇଁ ଯଦି ଅନୁମତି ଦିଆ ନ ଯାଏ ତେବେ ତାହା ଆଇନର ଉଲ୍ଲଘଂନ ବୋଲି କୁହାଯିବ ।

ଏପରିକି ସମଲିଙ୍ଗୀ ଯୋଡିକୁ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ମଧ୍ୟ ସିଜେଆଇ ଅନୁମତି ଦେଇଛନ୍ତି । ସେ କହିଛନ୍ତି, ସମଲିଙ୍ଗୀ ବିବାହ କଥା କେବଳ ସହରର ଲୋକେ ଚିନ୍ତା କରୁନାହାନ୍ତି । ଗାଁରେ ଚାଷ କରୁଥିବା ମହିଳା ମଧ୍ୟ ଏହି ବିବାହକୁ ଅନୁମତି ଦେବାକୁ ଦାବି କରୁଛନ୍ତି । ତେଣୁ ଏଥିପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ସିଜେଆଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ।

ସୁଜେଆଇ ରାୟ ଶୁଣାଇବାବେଳେ କହିଛନ୍ତି, ଏହି ମାମଲାରେ ୪ଟି ନିଷ୍ପତ୍ତି ରହିଛି । କିଛିରେ ସହମତି ପ୍ରକାଶ ପାଇଛି । କିଛିରେ ପାଇନି । ସେ କହିଛନ୍ତି, ନ୍ୟୟାଳୟ ଆଇନ ତିଆରି କରେନି, ଆଇନର ବ୍ୟାଖ୍ୟା କରିଥାଏ । ଜୀବନସାଥୀ ବାଛିବା ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଲିଙ୍ଗଗତ କାରଣରୁ ଏହି ଅଧିକାରରୁ କାହାରିକୁ ବଞ୍ଚିତ କରାଯାଇ ପାରିବ ନାହିଁ । କୌଣସି ବ୍ୟକ୍ତିଙ୍କୁ ହରମୋନ ଥେରାପି ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ ।

Leave A Reply

Your email address will not be published.