Latest Odisha News

BREAKING NEWS

ସମାଜବାଦୀ ପାର୍ଟିରେ ସାମିଲ ହେଲେ ଦେଶର ସବୁଠାରୁ ଡେଙ୍ଗା ବ୍ୟକ୍ତି

ଲକ୍ଷ୍ନୌ:ଉତରପ୍ରଦେଶ ନିର୍ବାଚନ ପାଇଁ ସମସ୍ତ ଦଳ ଜନତାଙ୍କୁ ଆକୃଷ୍ଟ କରିବା ପାଇଁ ଉଦ୍ୟମ ଜାରୀ ରଖିଛନ୍ତି । ସମାଜବାଦୀ ପାର୍ଟି ଦେଶର ସବୁଠାରୁ ଡେଙ୍ଗା ବ୍ୟକ୍ତିଙ୍କୁ ନିଜ ଦଳରେ ସାମିଲ କରିଛି । ପ୍ରତାପଗଡର ଧର୍ମେନ୍ଦ୍ର ପ୍ରତାପ ସିଂଙ୍କ ଉଚ୍ଚତା ୮ଫୁଟ ୨ ଇଂଚ । ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ଉପସ୍ଥିତିରେ ସେ ଦଳର ପ୍ରାଥମିକତା ସଦସ୍ୟ ପଦ ଗ୍ରହଣ କରିଥିଲେ ।

BjdElectrycity

ଧର୍ମେନ୍ଦ୍ରଙ୍କ ଉପସ୍ଥିତି ଆଗାମୀ ନିର୍ବାଚନରେ ଦଳକୁ ଫାଇଦାରେ ରଖିବ ବୋଲି ଅଖିଳେଶ କହିଛନ୍ତି । ୪୬ ବର୍ଷୀୟ ଧର୍ମେନ୍ଦ୍ରଙ୍କ ଦେଶର ଡେଙ୍ଗା ବ୍ୟକ୍ତି ଭାବେ ବିବେଚନା କରାଯାଉଛି । ଏସପି ଏବଂ ଅଖିଳେଶଙ୍କ ନେତୃତ୍ୱରେ ପ୍ରଭାବିତ ହୋଇ ଦଳରେ ସାମିଲ ହୋଇଛି ବୋଲି ଧର୍ମେନ୍ଦ୍ର କହିଛନ୍ତି ।

Comments are closed, but trackbacks and pingbacks are open.