Latest Odisha News

BREAKING NEWS

ଭାଇରାଲ୍ ଭିଡିଓ: ମାଙ୍କଡର ମୋବାଇଲ ପ୍ରେମ

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ୍‌ର ଆଖ୍ୟା ମୁଣ୍ଡାଇଥାଏ । ବିଷୟ ବସ୍ତୁ ଯାହା ବି ଥାଉନା କାହିଁକି, ସବୁ କିଛି ସେୟାରିଂ ଉପରେ ନିର୍ଭର କରେ । ଏଇ ଯେମିତି ମାଙ୍କଡ ଓ ମୋବାଇଲକୁ ନେଇ ଏକ ଭିଡିଓକୁ ବହୁ ଲୋକ ପସନ୍ଦ କରିଛନ୍ତି ।

ହେଲିକପ୍ଟର୍ ୟାତ୍ରା ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଭିଡିଓଟି ଅପଲୋଡ୍ ହୋଇଥିଲା । ଏଥିରେ ତିନୋଟି ମାଙ୍କଡଙ୍କୁ ଜଣେ ବ୍ୟକ୍ତି ଅନ୍ୟ କିଛି ମାଙ୍କଡଙ୍କର ଭିଡିଓ ଦେଖାଇଥିଲେ । ମାଙ୍କଡମାନେ ମଧ୍ୟ ବେଶ ଉତ୍ସାହର ସହିତ ଭିଡିଓକୁ ଦେଖିଥିଲେ । ତେବେ ମାଙ୍କଡମାନେ ମୋବାଇଲକୁ ଧରି ଭିଡିଓରେ ଥିବା ମାଙ୍କଡକୁ ଛୁଇଁବାକୁ ପ୍ରଚେଷ୍ଟା ଅନେକ ଲୋକଙ୍କୁ ଯୋଗାଇଛି ମନୋରଂଜନର ଖୋରାକ ।

Comments are closed, but trackbacks and pingbacks are open.