Latest Odisha News

BREAKING NEWS

ଥରୁଛି ପାକିସ୍ତାନ୍: ଭାରତର ଏହି ୧୦ ଅସ୍ତ୍ର ଯାହା ମ୍ୟାପରୁ ହଟାଇଦେବ ପାକ୍ ଚିହ୍ନ…

ନୂଆଦିଲ୍ଲୀ: ଏବେ ଭୟରେ ଥରୁଛି ପାକିସ୍ତାନ । ଜଳ, ସ୍ଥଳ, ଆକାଶ ଚାରିଆଡୁ ଘେରିଲାଣି ଭାରତ । କାରଣ ଏବେ ଭାରତ ଯୁଦ୍ଧ ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ବେଶ୍ ସକ୍ଷମ । ଭାରତ ପାଖରେ କିଛି ଏମିତି ବିପଦପୂର୍ଣ୍ଣ ଅସ୍ତ୍ରଶସ୍ତ୍ର ରହିଛି, ଯାହା ପାକିସ୍ତାନକୁ ଗୋଟିଏ ସେକେଣ୍ଡରେ ଧ୍ବଂସ କରିଦେବ । ଗତ କିଛି ବର୍ଷ ମଧ୍ୟରେ, ଭାରତ ନିଜ ପାଇଁ ଏକ ଦୃଢ଼ ସୁରକ୍ଷା ବଳୟ ନିର୍ମାଣ କରିଛି ଏବଂ ଏହାକୁ ନିରନ୍ତର ଉନ୍ନତ ବି କରୁଛି। ଭାରତ ଏହାର କ୍ଷେପଣାସ୍ତ୍ର ପୋର୍ଟଫୋଲିଓକୁ ମଧ୍ୟ ଉନ୍ନତ କରିଛି । ଯାହା ପାକିସ୍ତାନକୁ ଅସହାୟ କରିବ ।

ତେବେ ଆସନ୍ତୁ ଜାଣିବା ଭାରତର ସେହି ଶକ୍ତିଶାଳୀ ୧୦ କ୍ଷେପଣାସ୍ତ୍ର ବିଷୟରେ ଯାହା ଏବେ ପାକିସ୍ତାନକୁ ଚିନ୍ତାରେ ପକାଇଛି ।

ଅଗ୍ନି- ଭି ମିସାଇଲ୍:

ଅଗ୍ନି-ଭି ହେଉଛି ଭାରତର ସବୁଠାରୁ ଉନ୍ନତ ଆନ୍ତଃମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର (ICBM) । ଏହାର ଲକ୍ଷ୍ୟଭେଦ କ୍ଷମତା ୫,୦୦୦ ରୁ ୮,୦୦୦ କିଲୋମିଟର । ଏହି କ୍ଷେପଣାସ୍ତ୍ର ପରମାଣୁ ଅସ୍ତ୍ର ବହନ କରିବାକୁ ସକ୍ଷମ ଏବଂ ଏଥିରେ ମଲ୍ଟିପଲ୍ ଇଣ୍ଡିପେଣ୍ଡେଣ୍ଟଲି ଟାର୍ଗେଟେବଲ୍ ରି-ଏଣ୍ଟ୍ରି ଭେଇକିଲ୍ ପ୍ରଯୁକ୍ତିବିଦ୍ୟା ରହିଛି, ଯାହା ଗୋଟିଏ କ୍ଷେପଣାସ୍ତ୍ର ସାହାଯ୍ୟରେ ଅନେକ ଲକ୍ଷ୍ୟକୁ ଧ୍ୱଂସ କରିପାରିବାର ସକ୍ଷମ ରଖେ । ଅଗ୍ନି-ଭି ର ପରିସର ଏତେ ଅଧିକ ଯେ, ଏହା ପାକିସ୍ତାନର କୌଣସି ବି ସ୍ଥାନକୁ ଅତି ସହଜରେ ନିଶାନା କରିପାରିବ । ଏଥିସହିତ ଏହାର ହାଇପରସୋନିକ ଗତି ଏହାକୁ କୌଣସି ବି କ୍ଷେତ୍ରରେ ଅଜୟ ବନାଏ ।

ବ୍ରହ୍ମୋସ୍ ମିସାଇଲ୍:

ଭାରତ ଏବଂ ରୁଷର ମିଳିତ ଉଦ୍ୟମର ପରିଣାମ ହେଉଛି ବ୍ରହ୍ମୋସ୍ । ଯାହା ଦୁନିଆର ସବୁଠାରୁ ସୁପରସୋନିକ୍ କ୍ରୁଜ୍ ମିସାଇଲ୍ । ଏହାର ଗତି ପ୍ରାୟ ଘଣ୍ଟା ପ୍ରତି ୩, ୭୦୦ କିମି । ଏହା ଜଳ, ସ୍ଥଳ, ବାୟୁ କେଉଁଠୁ ବି କ୍ଷେପଣ କରାଯାଇପାରିବ । ବ୍ରହ୍ମୋସର ପରିସର ୬୦୦ କିଲୋମିଟର ପର୍ଯ୍ୟନ୍ତ । ଏହା ପରମାଣୁ ଏବଂ ପାରମ୍ପରିକ ଅସ୍ତ୍ର ବହନ କରିବାକୁ ସକ୍ଷମ । ଏହି କ୍ଷେପଣାସ୍ତ୍ର ପାକିସ୍ତାନର ନୌସେନା ଏବଂ ଉପକୂଳ ଘାଟି ପାଇଁ ଏକ ବଡ଼ ବିପଦ ବୋଲି ମଣାଯାଏ  । ସମ୍ପ୍ରତି ବ୍ରହ୍ମୋସର ଏକ ବିସ୍ତାରିତ ପରିସର ସଂସ୍କରଣ ମଧ୍ୟ ବିକଶିତ କରାଯାଇଛି ।

ହାଇପରସୋନିକ ମିସାଇଲ୍:

ଭାରତର ହାଇପରସୋନିକ୍ ଟେକ୍ନୋଲୋଜି ଡେମୋନଷ୍ଟ୍ରେଟର୍ ଯାନ ବା HSTDV ଏକ ବିପ୍ଳବୀ ଅସ୍ତ୍ର । ଯାହା ଡିଆରଡିଓ ଦ୍ୱାରା ବିକଶିତ କରାଯାଇଛି । ଏହାର ଘଣ୍ଟାପ୍ରତି ବେଗ ୮୫୭୫ କିଲୋମିଟରରୁ ଅଧିକ । ଏହି କ୍ଷେପଣାସ୍ତ୍ର ୬୦୦ କିଲୋମିଟର ପର୍ଯ୍ୟନ୍ତ ସଠିକ୍ ନିଶାନା ଲାଗାଇପାରିବ ଆକ୍ରମଣ କରିପାରିବ । ପାକିସ୍ତାନ ପାଖରେ ଏଭଳି କିଛି ମିସାଇଲ ନାହିଁ ଯାହା ଏହାର ମୁକାବିଲା କରିପାରିବ ।

ପ୍ରଳୟ ମିସାଇଲ୍:

ପ୍ରଳୟ ଏକ ସ୍ୱଦେଶୀ ଟାର୍ଗଟରୁ ଟାର୍ଗେଟ ଭେଦ କରିପାରୁଥିବା ବାଲାଷ୍ଟିକ ମିସାଇଲ । ଏହାର ଲକ୍ଷ୍ୟଭେଦୀ କ୍ଷମତା ୧୫୦ ରୁ ୫୦୦ କିଲୋମିଟର । ଏହି ମିସାଇଲ ୧୦୦୦ କିଲୋଗ୍ରାମ ପର୍ଯ୍ୟନ୍ତ ପେଲୋଡ ବହନ କରିପାରେ । ଏହା ଶତ୍ରୁର ବଙ୍କର, ସେନା ଠିକଣା, କମାଣ୍ଡ  ସେଣ୍ଟର ନଷ୍ଟ କରିବାରେ ବେଶ୍ ପ୍ରଭାବୀ  ।

ନିର୍ଭୟ କ୍ରୁଜ୍ ମିସାଇଲ୍:

ନିର୍ଭୟ ଏକ ଦୂର ଲକ୍ଷଭେଦ କରିପାରୁଥିବା କ୍ରୁଜ ମିସାଇଲ । ଏହାର ରେଞ୍ଜ ୧୦୦୦ କିଲୋମିଟରରୁ ଅଧିକ । ଏହାକୁ ଜଳ, ସ୍ଥଳ ଓ ଆକଶ ମାର୍ଗରୁ ଲଂଚ୍ କରାଯାଇପାରିବ । ଏହି ଅସ୍ତ୍ରର ବ୍ୟବହାର ପାକିସ୍ତାନ ଭିତରେ ଥିବା ସେନା ଠିକଣା ଉପରେ କରାଯାଇପାରିବ । ଏଥିରେ ଟେରେନ୍ କଣ୍ଟୁର ମ୍ୟାପିଂ ବା ଟରକମ୍ ପ୍ରଯୁକ୍ତିବିଦ୍ୟା ରହିଛି, ଯାହା ଏହାକୁ ରାଡାରରୁ ରକ୍ଷା କରି ସଠିକ୍ ଭାବରେ ଟାର୍ଗେଟକୁ ଆକ୍ରମଣ କରିବାକୁ ସକ୍ଷମ କରିଥାଏ।

କେ-୯ ବଜ୍ର ତୋପ୍:

କେ-୯ ବଜ୍ର ଏକ ୧୫୫ ମିମି ୫୫ କେଲିବର ସ୍ୱଚାଳିତ ତୋପ । ଏହାକୁ ଭାରତ ଦକ୍ଷିଣକୋରିଆ ସହଯୋଗରେ ପ୍ରସ୍ତୁତ କରିଛି । ଏହାର ଲକ୍ଷ୍ୟଭେଦ କ୍ଷମତା ୪୫ କିଲୋମିଟର । ଏହା ପ୍ରତି ୫ ସେକେଣ୍ଡରେ ଗୋଟିଏ ଲେଖାଏଁ ବିସ୍ଫୋରଣ କରିପାରିବ । ଏହାକୁ ବିଶେଷ କରି ପାହାଡି ଅଞ୍ଚଳ ଓ ମରୁଭୂମିରେ ନିୟୋଜିତ କରିବାକୁ ପ୍ରସ୍ତୁତ କରାଯାଇଛି ।

ପିନାକା ମଲ୍ଟି-ବୈରଲ ରକେଟ୍ ଲଞ୍ଚର:

ପିନାକା ଏକ ସ୍ୱଦେଶୀ ମଲ୍ଟି ବ୍ୟାରେଲ ରକେଟ ଲଂଚର ସିଷ୍ଟମ । ଯାହାର ଲକ୍ଷ୍ୟଭେଦୀ କ୍ଷମତା ୪୦ ରୁ ୯୦ କିଲୋମିଟର ପର୍ଯ୍ୟନ୍ତ ରହିଛି । ଏହି ସିଷ୍ଟମ ଲଗାତାର ଅନେକ ରକେଟ୍ ଛାଡି ପାରିବ । ଏହା ବିଶେଷ କରି ବଡ଼ ବଡ଼ କ୍ଷେତ୍ରକୁ ନଷ୍ଟ କରିବା ପାଇଁ ପ୍ରସ୍ତୁତ କରାଯାଇଛି ।

ରାଫେଲ୍ ଫାଇଟର ଜେଟ୍:

ରାଫେଲ ଏକ ମଲ୍ଟି ରୋଲ ଯୁଦ୍ଧ ବିମାନ । ଏହା ଭାରତୀୟ ବାୟୁସେନା ପାଇଁ ଗୌରବ । ଏହି ଯୁଦ୍ଧ ବିମାନ ମୋଟିୟୋର ଓ ସ୍କେପ୍ଲ ମିସାଇଲ ବହନ କରିବାର କ୍ଷମତା ରଖିଛି । ଏହା ୧୫୦ କିଲୋମିଟର ଠାରୁ ଅଧିକ ଦୂର ପର୍ଯ୍ୟନ୍ତ ସଠିକ୍ ଟାର୍ଗେଟ୍ କରିପାରିବ ।

ଅର୍ଜୁନ୍ ମେନ୍ ବ୍ୟାଟଲ୍ ଟ୍ୟାଙ୍କ୍:

ଅର୍ଜୁନ ଆମ ଦେଶର ସ୍ୱଦେଶୀ ଯୁଦ୍ଧ ଟ୍ୟାଙ୍କର । ନିଜର ଉନ୍ନତ କବଚ ଓ ଫାୟାରିଙ୍ଗ ପାଇଁ ବେଶ୍ ଜଣାଣୁଣା । ଏହାର ୨୦ ମିଲିମିଟର ମୁଖ୍ୟ ତୋପ ଓ ଲେଜର ଗାଇଡେଡ୍ ମିସାଇଲ ପାଇଁ ଯୁଦ୍ଧ କ୍ଷେତ୍ରରେ ଅଜୟ । ଅର୍ଜୁନର ନୂତନତମ ସଂସ୍କରଣ, Mk-1A, ଆହୁରି ଉନ୍ନତ ଏବଂ ଏହା ପାକିସ୍ତାନର ଅଲ-ଖାଲିଦ ଭଳି ଟ୍ୟାଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ।

ଆଣ୍ଟି-ସାଟେଲାଇଟ୍ ମିସାଇଲ୍:

ଭାତର ୨୦୧୯ ମସିହାରେ ମିଶନ ଶକ୍ତି କ୍ରମରେ ନିଜର ଏଣ୍ଟି ସାଟେଲାଇଟର ସଫଳ ପରୀକ୍ଷଣ କରିଛି । ଏହି କ୍ଷେପଣାସ୍ତ୍ର ମହାକାଶରେ ଶତ୍ରୁ ଉପଗ୍ରହକୁ ଧ୍ୱଂସ କରିବାକୁ ସକ୍ଷମ, ଯାହା ଦ୍ଵାରା ସେମାନଙ୍କର ଯୋଗାଯୋଗ ଏବଂ ନିରୀକ୍ଷଣ କ୍ଷମତା ନଷ୍ଟ ହୋଇଯାଏ ।

ତେବେ ପିଆଇବିର ଏକ ରିପୋର୍ଟ ଅନୁଯାୟୀ, ୨୦୨୫-୨୬ ସୁରକ୍ଷା ପାଇଁ ୬.୮୧ ଲକ୍ଷ କୋଟି ଟଙ୍କା ରଖାଯାଇଛି, ଯାହା ମଧ୍ୟରୁ ୧,୪୮,୭୨୨.୮୦ କୋଟି ଟଙ୍କା ଅସ୍ତ୍ରଶସ୍ତ୍ର ଏବଂ କ୍ଷେପଣାସ୍ତ୍ର କ୍ରୟ ପାଇଁ ଅନ୍ତର୍ଭୁକ୍ତ ହେବ । ୩୧,୨୭୭.୨୦ କୋଟି ଟଙ୍କା ଗବେଷଣା ଏବଂ ବିକାଶ ଏବଂ ପ୍ରତିରକ୍ଷା ଗଠନକୁ ଆଗକୁ ବଢାଇବା ଏବଂ ଉନ୍ନତ କରିବା ପାଇଁ । ଯାହା ଭାରତର କ୍ଷେପଣାସ୍ତ୍ର ଏବଂ ପ୍ରଯୁକ୍ତି ଜ୍ଞାନକୁ ଆହୁରି ଦୃଢ କରିବ । ଯାହାକୁ ନେଇ ଏବେ ଚିନ୍ତାରେ ପଢିଛି ପାକିସ୍ତାନ । ଯଦି ଯୁଦ୍ଧ ହେଲା ତାହେଲେ ଧ୍ବଂସ ନିଶ୍ଚିତ ।

Comments are closed.