Latest Odisha News

BREAKING NEWS

ଦେଶରେ ୯୯ କୋଟି ଟପିଲା ଟିକାକରଣ

ନୂଆଦିଲ୍ଲୀ: ଦେଶରେ ରେକର୍ଡ କଲା ଟିକାକରଣ। ଦେଶରେ ମଙ୍ଗଳବାର ସୁଦ୍ଧା ଟିକାକରଣ ସଂଖ୍ୟା ୯୯ କୋଟି ଅତିକ୍ରମ କରିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି।

ଏଥିରେ କୁହାଯାଇଛି ଯେ ଗତକାଲି ଗୋଟିଏ ଦିନରେ ୩୭ ଲକ୍ଷରୁ ଅଧିକ ଲୋକ ଟିକାକରଣ କରିଛନ୍ତି। ଯାହା ପରେ ଟିକାକରଣ ସଂଖ୍ୟା ୯୯ କୋଟି ଅତିକ୍ରମ କରିଛି। ଖୁବ୍‌ ଶୀଘ୍ର ଏହି ସଂଖ୍ୟା ୧୦୦ କୋଟି ଛୁଇଁବ ବୋଲି ଆଶା ପ୍ରକଟ କରାଯାଇଛି।

ଜାନୁଆରୀ ୧୬ରେ ଦେଶବ୍ୟାପୀ ଟୀକାକରଣ ଅଭିଯାନ ଆରମ୍ଭ ହୋଇଥିଲା। ଯେଉଁଥିରେ ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କୁ (HCWs) ଟିକାକରଣ କରାଯାଇଥିଲା।

Leave A Reply

Your email address will not be published.