Latest Odisha News

BREAKING NEWS

ଦେଶରେ ୯୨ ଲକ୍ଷ ଟପିଲା କରୋନା ସଂକ୍ରମଣ, ଲକ୍ଷେ ୩୪ ହଜାର ମୃତ

ନୂଆଦିଲ୍ଲୀ: ଦୀପାବଳି ପରେ ଦେଶର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ଅଚାନକ ଭାବରେ ବୃଦ୍ଧି ପାଉଛି । ପଜିଟିଭିଟି ରେଟ୍ ପୁଣି ଥରେ ବଢିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ସଂକ୍ରମିତ ହୋଇଛନ୍ତି ଆଉ ୪୪ ହଜାର ୩୭୬ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯୨ଲକ୍ଷ ୨୨ହଜାର ୨୧୭କୁ ବୃଦ୍ଧି ପାଇଛି ।

BjdElectrycity

ଦୈନିକ ମୃତ୍ୟୁସଂଖ୍ୟା ପାଞ୍ଚ ଶହ ତଳେ ରହିଛି । ଗତ ୨୪ ଘଣ୍ଟାରେ କରୋନାରେ ପ୍ରାଣ ହରାଇଛନ୍ତି ଆଉ ୪୮୧ ଆକ୍ରାନ୍ତ । ଦେଶରେ ମହାମାରୀ ଜନିତ ମୃତ୍ୟୁସଂଖ୍ୟା ୧ଲକ୍ଷ ୩୪ ହଜାର ୬୯୯ରେ ପହଞ୍ଚିଛି । ମୃତ୍ୟୁହାର ରହିଛି ୧.୪୬% ।

ଦେଶରେ ଉତ୍ସାହଜନକ ରହିଛି ସୁସ୍ଥ ହାର । ବର୍ତ୍ତମାନ ସୁଦ୍ଧା ୯୩ ପ୍ରତିଶତରୁ ଅଧିକ ସଂକ୍ରମିତ ଆରୋଗ୍ୟ ଲାଭ କଲେଣି । ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ଆଉ ୩୭ହଜାର ୮୧୬ ଆକ୍ରାନ୍ତ । ଏହାକୁ ମିଶାଇ ସାରା ଦେଶରେ କରୋନାରୁ ୮୬ଲକ୍ଷ ୪୨ହଜାର ୭୭୧ ସଂକ୍ରମିତ ସୁସ୍ଥ ହୋଇଛି । ଏବେ ୪ଲକ୍ଷ ୪୪ହଜାର ୭୪୬ଟି ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.