Latest Odisha News

BREAKING NEWS

ସେୟାର ମାର୍କେଟର‌େ ବଜେଟର ଚମକ, ଓପନିଂ ପର‌େ ଆଜି ସେନସେକ୍ସ ୧୦୦୦ ପଏଣ୍ଟ ବୃଦ୍ଧି

ନୂଆଦିଲ୍ଲୀ: ସେୟାର ମାର୍କେଟର‌େ ମଙ୍ଗଳବାର ଦିନ ମଧ୍ୟ ବଜେଟର ଚମକ ଦେଖିବାକୁ ମିଳିଛି। ଘରୋଇ ସେୟାର ବଜାର ଖୋଲିବା ସହ ସେନସେକ୍ସରେ ୭୦୦ ପଏଣ୍ଟ ବୃଦ୍ଧି ଘଟିଥିଲା। ହେଲେ ଏହା ପରେ ଅଚାନକ ସେନସେକ୍ସ ୧୦୦୦ ପଏଣ୍ଟକୁ ବୃଦ୍ଧି ପାଇଛି।

ଯାହା ଫଳରେ ବିଏସଇ ରେ ସେନସେକ୍ସ ପୁନର୍ବାର ୫୦,୦୦୦ ଅଙ୍କ ଛୁଇଁଥିଲା। ଏହି ସମୟରେ ନିଫ୍ଟି ମଧ୍ୟ ବଢିଥିଲା। ନିଫ୍ଟି ୩୬୦ ପଏଣ୍ଟ ବୃଦ୍ଧି ସହିତ ପାଖାପାଖି ୧୪,୬୪୧ ପଏଣ୍ଟରେ ଟ୍ରେଡ୍ କରିଥିଲା।

ମାର୍କେଟ ଖୋଲିବା ପରେ ସେନ୍ସେକ୍ସ ୭୩୪.୨୬ ପଏଣ୍ଟ ଅର୍ଥାତ୍ ୧.୫୧% ବୃଦ୍ଧି ଘଟିଥିଲା। ଯାହା ପରେ ଇଣ୍ଡେକ୍ସ ୪୯୩୩୪.୮୭ରେ ଟ୍ରେଡ୍ କରିଥିଲା। ଯେତେବେଳେ କି ନିଫ୍ଟି ୨୨୦.୭୦ ପଏଣ୍ଟ ଅର୍ଥାତ୍ ୧.୫୫% ବୃଦ୍ଧି ରେକର୍ଡ କରିଥିଲା। ଯାହା ପରେ ନିଫ୍ଟି ୧୪୫୦୧.୯୦ରେ ଟ୍ରେଡ୍ କରିବା ଆରମ୍ଭ କରିଥିଲା।

ତେବେ ସୋମବାର ଦିନ ଉପସ୍ଥାପନ ହୋଇଥିବା ବଜେଟ୍ ଯୋଗୁଁ ସେୟାର ବଜାରରେ ବୃଦ୍ଧି ପରିଲିକ୍ଷିତ ହୋଇଛି। ସେହିପରି ମଙ୍ଗଳବାର ଦିନ ବଜେଟ୍ ଯୋଗୁଁ ବ୍ୟାଙ୍କିଙ୍ଗ୍ ସେକ୍ଟର ଏବଂ ଅଟୋ ସେକ୍ଟର ଗୁଡିକର ସେୟାରରେ ହଇଚଇ ଦେଖାଦେଇଛି।

 

Leave A Reply

Your email address will not be published.