Latest Odisha News

BREAKING NEWS

ସ୍ବାସ୍ଥ୍ୟକର୍ମୀଙ୍କ ସାଂଘାତିକ ଅବହେଳା, ପୋଲିଓ ବୁନ୍ଦା ବଦଳରେ ଶିଶୁଙ୍କୁ ଦିଆଯାଇଛି ହ୍ୟାଣ୍ଡ ସାନିଟାଇଜର ଡ୍ରପ, ୧୨ ଶିଶୁ ଅସୁସ୍ଥ 

ମହାରାଷ୍ଟ୍ର: ପୋଲିଓ ବୁନ୍ଦା ବଦଳରେ ଶିଶୁଙ୍କୁ ଦିଆଯାଇଛି ହ୍ୟାଣ୍ଡ ସାନିଟାଇଜର ଡ୍ରପ୍ । ମହାରାଷ୍ଟ୍ରର ୟାଭତମାଲରୁ ସ୍ୱାସ୍ଥ୍ୟକର୍ମୀଙ୍କ ସଂଘାତିକ ଅବହେଳାର ଚିତ୍ର ସାମ୍ନାକୁ ଆସିଛି । ସାନିଟାଇଜର ଡ୍ରାପ ଖାଇ ୫ ବର୍ଷରୁ କମ୍ ୧୨ ଶିଶୁ ଅସୁସ୍ଥ ହୋଇପଡିଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  

ସୂଚନାନୁସାରେ, ଗତ ରବିବାର ଦିନ ୧ ବର୍ଷରୁ ୫ ବର୍ଷ ବୟସ ଯାଏଁ ଶିଶୁଙ୍କୁ ପୋଲିଓ ଅଭିଯାନ ଚାଲିଥିଲା । ଏହି ସମୟରେ ୟାଭତମାଲ ଜିଲ୍ଲାରେ ଘାଟାନଜିର କାପାସି-କୋପାରୀ ଗାଁରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟକର୍ମୀ ଶିଶୁଙ୍କୁ ପୋଲିଓ ବୁନ୍ଦା ବଦଳରେ ସାନିଟାଇଜର୍ ପିଆଇ ଦିଆଯାଇଥିବା ଘଟଣା ସାମ୍ନାକୁ ଆସିଛି ।

ଏହାପରେ ଅନେକ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଯାଇଥିଲା । ଅନେକ ପିଲାଙ୍କୁ ବାନ୍ତି ମଧ୍ୟ ହୋଇଥିଲା । ପରେ ସମସ୍ତ ଗୁରୁତର ଶିଶୁଙ୍କୁ ଭାସନ୍ତରାଓ ନାୟକ ସରକାରୀ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.