Latest Odisha News

BREAKING NEWS

ମାୟାନଗରୀ ମୁମ୍ବାଇରୁ ଝାରସୁଗୁଡାକୁ ଆରମ୍ଭ ହେଲା ବିମାନ ସେବା

ଝାରସୁଗୁଡା: ଆକାଶପଥରେ ଯୋଡ଼ି ହେଲା ଝାରସୁଗୁଡ଼ାରୁ ମୁମ୍ବାଇ । ଆଜିଠୁ ଆରମ୍ଭ ହେଲା ବିମାନ ସେବା । ପ୍ରତିଦିନ ମାୟାନଗରୀକୁ ଭରିବ ଉଡ଼ାଣ । ଝାରସୁଗୁଡ଼ା ଜିଲ୍ଲାବାସୀଙ୍କ ମଧ୍ୟରେ ନାହିଁ ନଥିବା ଖୁସି ।

ଆଜିଠୁ ମାୟାନଗରୀ ମୁମ୍ବାଇ ସହ ସିଧାସଳଖ ଆକାଶ ପଥରେ ଯୋଡ଼ି ହୋଇଛି ଝାରସୁଗୁଡା । ତେବେ ଆଜି ପୂର୍ବାହ୍ନ ୧୦ଟା ୫୫ରେ ମୁମ୍ବାଇରୁ ଇଣ୍ଡିଗୋ ବିମାନ ବାହାରି ଅପରାହ୍ନ ଗୋଟାଏରେ ଝାରସୁଗୁଡା ପହଞ୍ଚିଥିଲା । ଝାରସୁଗୁଡ଼ାରୁ ପୁଣି ଅପରାହ୍ନ ୨ଟାରୁ ବାହାରି ଅପରାହ୍ନ ୪ଟା ୧୫ରେ ମୁମ୍ବାଇରେ ପହଞ୍ଚିଥିଲା ବିମାନ । ପ୍ରଥମ ଦିନରେ ୧୮୦ ଜଣ ଯାତ୍ରୀ ବିମାନରେ ଯାତ୍ରା କରିଥିବା ବେଳେ ଝାରସୁଗୁଡା ୯୦ ଜଣ ଯାତ୍ରୀ ମୁମ୍ବାଇ ଯାଇଥିଲେ ଏବଂ ୯୦ ଜଣ ଯାତ୍ରୀ ମୁମ୍ବାଇରୁ ଝାରସୁଗୁଡାକୁ ଆସିଥିଲେ ।

ତେବେ ସପ୍ତାହକ ୭ଦିନ ବିମାନ ଚଳାଚଳ କରିବ । ପ୍ରତିଦିନ ମୁମ୍ବାଇ ବିମାନବନ୍ଦରରୁ ପୂର୍ବାହ୍ନ ୧୦ଟା ୫୫ରେ ବିମାନ ଉଡ଼ାଣ ଭରି ଝାରସୁଗୁଡ଼ାରେ ଅପରାହ୍ନ ଗୋଟାଏରେ ପହଞ୍ଚିବ। ସେହିପରି ଝାରସୁଗୁଡ଼ାରୁ ଅପରାହ୍ନ ୨ଟାରେ ପ୍ରତ୍ୟାବର୍ତ୍ତନ କରି ଅପରାହ୍ନ ୪ଟା ୧୫ରେ ମୁମ୍ବାଇରେ ପହଞ୍ଚିବ ।

Comments are closed.