Latest Odisha News

BREAKING NEWS

ଆସିଗଲା 200MP କ୍ୟାମେରା ଥିବା Xiaomi 15 Ultra ସ୍ମାର୍ଟଫୋନ୍; ଜାଣନ୍ତୁ ପ୍ରାଇସ

ନୂଆଦିଲ୍ଲୀ: ସାଓମି (Xiaomi) ନିଜର ବହୁ ପ୍ରତୀକ୍ଷିତ ସ୍ମାର୍ଟଫୋନ୍ Xiaomi 15 Ultraକୁ ଲଞ୍ଚ କରିଛି । ସାଓମି ପୁଣିଥରେ ନିଜର ଲାଟେଷ୍ଟ ସ୍ମାର୍ଟଫୋନ୍ ସହିତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । କମ୍ପାନୀ ଅନେକ ଦମଗାର ଫିଚର ସହିତ Xiaomi 15 Ultra କୁ ଲଞ୍ଚ କରିଛି । ଏହି ସ୍ମାର୍ଟଫୋନ୍ ମାର୍କେଟରେ ସାମସଙ୍ଗକୁ ଟକ୍କର ଦେବ ।

ଏହା 6.73 ଇଞ୍ଚର 2K LTPO OLED ଡିସପ୍ଲେ ସହିତ ଆସିଥାଏ । ଏହାର 3200 ନିଟ୍ସ ର ବ୍ରାଇଟନେସ ଅଛି । ଫୋନରେ 120Hz ରିଫ୍ରେସ ରେଟ୍ ଦିଆଯାଇଛି । ଏହି ଫୋନ୍ ଏକ ବଡ ବ୍ୟାଟେରୀ ରହିଛି ଯାହାକି 6000mAh ଅଟେ । କମ୍ପାନୀ ଫୋନରେ Leicaର କ୍ୱାଡ କ୍ୟାମେରା ସେଟଅପ୍ ବ୍ୟବହାର କରିଛି, ଯେଉଁଥିରେ 200MP ପେରିସ୍କୋପ୍ ଲେନ୍ସ ମଧ୍ୟ ଅଛି । ଏଥିରେ ଚାରୋଟି କ୍ୟାମେରା ଅଛି ଯେଉଁଥିରେ ୨୦୦+୫୦+୫୦+୫୦ ମେଗାପିକ୍ସେଲର ସେନ୍ସର ଦିଆଯାଇଛି ।ଏଥିରେ ସେଲଫି ଏବଂ ଭିଡିଓ କଲିଂ ପାଇଁ ୩୨ ମେଗାପିକ୍ସେଲର କ୍ୟାମେରା ଦିଆଯାଇଛି ।ଏହି ସ୍ମାର୍ଟଫୋନରେ Snapdragon 8 Elite ପ୍ରୋସେସର ଦିଆଯାଇଛି । ଏଥିରେ 16GB RAM ଏବଂ 512GB ପର୍ଯ୍ୟନ୍ତ ଷ୍ଟୋରେଜ୍ ରହିଛି ।

କମ୍ପାନୀ ବର୍ତ୍ତମାନ ନିଜ ଘରୋଇ ବଜାରରେ ସାଓମି 15 ଅଲଟ୍ରା ଲଞ୍ଚ କରିଛି । ମାର୍ଚ୍ଚ ୨ ଅର୍ଥାତ୍ ଆସନ୍ତାକାଲି ଭାରତରେ Xiaomi 15 Ultra ଲଞ୍ଚ ହେବ । Xiaomi ଏହାକୁ ୬୪୯୯ yuan ଅର୍ଥାତ୍ ପ୍ରାୟ ୭୮ ହଜାର ଟଙ୍କାରେ ଚୀନ୍ ରେ ଲଞ୍ଚ କରିଛି ।

Comments are closed.