Latest Odisha News

BREAKING NEWS

ଇଣ୍ଡିଗୋ ସଙ୍କଟ; ତଦନ୍ତ କମିଟି ଗଠନ କଲା DGCA

ନୂଆଦିଲ୍ଲୀ: ଇଣ୍ଡିଗୋ ସଙ୍କଟକୁ ନେଇ ଭାରତ ସରକାର ଏକ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯାତ୍ରୀଙ୍କ ଅସୁବିଧାକୁ କମ କରିବା ପାଇଁ ସରକାର ଏକ ୨୪x୭ ନିୟନ୍ତ୍ରଣ କକ୍ଷ ମଧ୍ୟ ପ୍ରତିଷ୍ଠା କରିଛନ୍ତି। ଏହା ବ୍ୟତୀତ କେନ୍ଦ୍ର ସରକାର ଇଣ୍ଡିଗୋକୁ ନୂଆ ଉଡ଼ାଣ ଡ୍ୟୁଟି ସମୟ ସୀମାରୁ ମୁକ୍ତି ଦେଇଛନ୍ତି।

ସରକାର କହିଛନ୍ତି ଯେ ଏହି ନିଷ୍ପତ୍ତି କେବଳ ଯାତ୍ରୀଙ୍କ ସ୍ୱାର୍ଥ ପାଇଁ ନିଆଯାଇଛି। ତେବେ ସ୍ଥିତି ସମୀକ୍ଷା ସହ ତଦନ୍ତ କରିବ ୪ ଜଣିଆ କମିଟି। ୧୫ ଦିନ ମଧ୍ୟରେ DGCA ନିକଟରେ ରିପୋର୍ଟ ଦାଖଲ କରିବ କମିଟି।

ଅଧିକ ପଢନ୍ତୁ:- ଡିସେମ୍ବର ୫ରୁ ୧୫; ବିମାନ ବାତିଲ ଉପରେ ମିଳିବ ସମ୍ପୂର୍ଣ୍ଣ ରିଫଣ୍ଡ

ବିମାନ ଚଳାଚଳ ମନ୍ତ୍ରଣାଳୟ କହିଛି ଯେ ଭାରତ ସରକାର ଇଣ୍ଡିଗୋର ସେବାରେ ହେଉଥିବା ସମସ୍ୟାର ଏକ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତଦନ୍ତ ଦ୍ୱାରା ଇଣ୍ଡିଗୋରେ କ’ଣ ଭୁଲ ହୋଇଛି ତାହା ନିର୍ଣ୍ଣୟ କରାଯିବ, ଆବଶ୍ୟକ ସ୍ଥଳେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ଭବିଷ୍ୟତରେ ଏପରି ବାଧାବିଘ୍ନକୁ ରୋକିବା ପାଇଁ ଉପଯୁକ୍ତ ପଦକ୍ଷେପ ପାଇଁ ସୁପାରିଶ କରାଯିବ। ଯାହା ଦ୍ଵାରା ଯାତ୍ରୀମାନେ ପୁଣି ଏପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି।

ଅପରପକ୍ଷରେ ଇଣ୍ଡିଗୋର ବିମାନ ସେବା ବାତିଲ ଉପରେ ନଜର ରଖିବା ପାଇଁ ଏକ ୨୪x୭ ନିୟନ୍ତ୍ରଣ କକ୍ଷ (011-24610843, 011-24693963, 096503-91859) ସ୍ଥାପନ କରିଛି।

Comments are closed.