Latest Odisha News

ଝଡତୋଫାନରେ ଫସିଲା ଇଣ୍ଡିଗୋ ବିମାନ, ଏଭଳି କଲେ ପାଇଲଟ…

ରାୟପୁର: ରାୟପୁରରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ ୬ଇ-୬୩୧୩ ଧୂଳି ଝଡ଼ର ସମ୍ମୁଖୀନ ହୋଇଥିଲା। ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ।

ସୂଚନା ଅନୁଯାୟୀ, ବିମାନଟି ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିବାର କିଛି ସମୟ ପୂର୍ବରୁ ହଠାତ୍ ପାଗ ବଦଳି ଯାଇଥିଲା ଓ ଧୂଳି ଝଡ଼ ଆରମ୍ଭ ହୋଇଯାଇଥିଲା। ଯାହା ଫଳରେ ରନୱେରେ ଦୃଶ୍ୟମାନ କ୍ଷମତା ହ୍ରାସ ପାଇଥିଲା। ତେବେ ବିମାନଟି ଯେତେବେଳେ ଅବତରଣ କରିବାକୁ ଯାଉଥିଲା ସେତିକି ବେଳେ ପାଇଲଟ୍ ଯାତ୍ରୀମାନଙ୍କୁ ଜଣାଇ ଦେଇଥିଲେ ଯେ ବାହାରେ ପବନର ବେଗ ଘଣ୍ଟା ପ୍ରତି ୮୦ କିଲୋମିଟର ରହିଛି ତେଣୁ ଅବତରଣ ପାଇଁ ପାଗ ଅନୁକୂଳ ନୁହେଁ। ଏଥିସହିତ ଅବତରଣକୁ ବାତିଲ କରିଥିଲେ ଏବଂ ପାଗ ନ ସୁଧୁରିବା ପର୍ଯ୍ୟନ୍ତ ବିମାନକୁ ଉଡାଇଥିଲେ। ପରେ  ବିମାନଟିକୁ ଦିଲ୍ଲୀ ବିମାନବନ୍ଦରରେ ସୁରକ୍ଷିତ ଭାବରେ ଅବତରଣ କରିଥିଲେ। ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ରବିବାର ଦିନ ଦିଲ୍ଲୀରେ ହଠାତ୍ ପାଣିପାଗ ପରିବର୍ତ୍ତନ ହେବା ପରେ ଧୂଳି ଝଡ଼ ସଂଗେସଂଗେ ଦିଲ୍ଲୀ-ଏନସିଆରର ଅନେକ ଅଞ୍ଚଳରେ ବର୍ଷା ହୋଇଥିଲା।

Comments are closed.