Latest Odisha News

BREAKING NEWS

ଉଡାଣ ଭରିବାର ୩ ମିିନିଟ ପରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ

ପାଟଣା : ପାଟଣା ବିମାନ ବନ୍ଦରରେ ଇଣ୍ଡିଗୋ ବିମାନର ଜରୁରୀ ଅବତରଣ । ବିହାରର  ପାଟଣାରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନ ହଠାତ ଜରୁରୀ ଅବତରଣ କଲା ।   ପାଟଣା ଏୟାରପୋର୍ଟ ନିର୍ଦ୍ଦେଶକ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି,  6E 2433 ଇଣ୍ଡିଗୋ ବିମାନଟି ଦିଲ୍ଲୀ ଅଭିମୁଖେ  ଯାଉଥିବାବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ୯ଟା ୧୧ ରେ ଜରୁରୀ ଅବତରଣ କରାଥିଲା । ଉଡାଣ ଭରିବାର ମାତ୍ର ୩ ମିନିଟ୍ ପରେ ପାଇଲଟ୍ ଜଣକ ଲ୍ୟାଣ୍ଡିଂ କରିଥିବା ଜଣାଯାଇଛି ।

ଆଜି ସକାଳ ୮ଟା ୪୮ ମିନିଟରେ ବିହାର ଜୟ ପ୍ରକାଶ ଏୟାରପୋର୍ଟରୁ ବିମାନଟି ୧୮୧ ଜଣ ଯାତ୍ରୀଙ୍କୁ ଧରି ଉଡାଣ ଭରିଥିଲା । ପ୍ଲେନଟିକୁ ନିର୍ଦ୍ଧାରିତ ସମୟରେ ପହଂଚିବାର ଥିଲା । ହେଲେ ଏୟାର ପୋର୍ଟରୁ ଉଡାଣ ଭରିବାର ମାତ୍ର ୩ ମିନିଟ୍ ପରେ ପାଇଲଟ ଜଣକ ଯାନ୍ତ୍ରିକ ତ୍ରୁଟି ଥିବା ଜାଣିବାକୁ ପାଇଥିଲେ । ଏହା ଜାଣିବା ପରେ ସେଥିରେ ଥିବା ଯାତ୍ରୀମାନେ ଭୟଭୀତ ହୋଇ ପଡିଥିେଲ ।

ବିମାନର ଗୋଟିଏ ଇଂଜିନ୍ ଖରାପ ଥିବା ପାଇଲଟ୍ ଙ୍କୁ ସିଗନାଲ ମିଳିଥିଲା । ତେଣୁ ସେ ତୁରନ୍ତ ଅବତଣ କରାଇଥିଲେ ।  ତେବେ ବିମାନରେ ଦେଖାଦେଇଥିବା ଯାନ୍ତ୍ରିକ ତ୍ରୁଟି ବତ୍ତର୍ମାନ ଠିକ୍ ହୋଇଯାଇଥିବା ବିମାନ ବନ୍ଦର ପକ୍ଷରୁ ସୂଚନା ମିଳିଥିବା ବେଳେ ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି । ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ଲକ୍ଷ୍ନୌରୁ ଏକ ପ୍ଲାଇଟ ମଗା ଯାଇଥିଲା । ସେହି ଫ୍ଲାଇଟରେ ସମସ୍ତ ଯାତ୍ରୀଙ୍କୁ ଦିଲ୍ଲୀ ପଠାଯିବ  । ତେବେ ଏଥିପାଇଁ କିଛି ସମୟ ଦରକାର ବୋଲି କର୍ତ୍ତୃପକ୍ଷ କହିଛନ୍ତି ।

ସୁଚନାଥାଉ କି, ତୀବ୍ର ପିଆଜ ଗନ୍ଧ ଯୋଗୁ କୋଚ୍ଚିରୁ ୧୭୫ ଯାତ୍ରୀ  ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସର ଏକ ବିମାନ ଆଜି ଜରୁରୀକାଳୀନ ଅବତରଣ କରିଥିଲା । ରିପୋର୍ଟ ମୁତାବକ ବିମାନରେ ଜଣେ ଯାତ୍ରୀ କିଛି ପୋଡୁଥିବା ଗନ୍ଧ ନେଇ ଅଭିଯୋଗ କରିଥିଲା । ଖୋଜାଖୋଜି କରିବା ପରେ କିଛି ନ ମିଳିବାରୁ ବାଧ୍ୟ ହୋଇ ବିମାନକୁ ଅବତରଣ କରାଯାଇଥିଲା । ଅବତରଣ ସମୟରେ ଯାତ୍ରୀମାନେ ଭୟଭୀତ ହୋଇ ପଡିଥିଲେ । ତେବେ ସେମାନଙ୍କୁ ଅନ୍ୟ ଏକ ବିମାନରେ ପଠାଇବା ବ୍ୟବସ୍ଥା କରାଯାଇଥିଲା । ତେବେ ପରେ ଜଣାପଡିଥିଲା ଯେ, ବିମାନର କାର୍ଗୋ କ୍ଷେତ୍ରରେ ପରିବା, ଫଳ ଓ ଫୁଲ ନିଆ ଯାଇଥାଏ । ଯାହା ମାଧ୍ୟମରେ ବିମାନ କମ୍ପାନୀକୁ ଲାଭ ମଧ୍ୟ ମିଳିଥାଏ । ପିଆଜଗୁଡିକ ପଚି ଯାଇଥିବାରୁ ଏହି ଗନ୍ଧ ଯାତ୍ରୀଙ୍କ ମନରେ ଭୟ ସୃଷ୍ଟି କରାଇଥିଲା । ଅବଶ୍ୟ କମ୍ପାନୀ ପକ୍ଷରୁ ଏ ନେଇ କ୍ଷମା ପ୍ରାର୍ଥନା କରାଯିବା ସହ ପୁନର୍ବାର ଏ ଭଳି ଭୁଲ ହେବ ନାହିଁ ବୋଲି କୁହାଯାଇଥିଲା ।

 

Leave A Reply

Your email address will not be published.