Latest Odisha News

BREAKING NEWS

ବନ୍ୟା ଓ ପରବର୍ତ୍ତୀ ସ୍ଥିତି ନେଇ ଆଲର୍ଟ ରହିବାକୁ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ହୀରାକୁଦ ବନ୍ୟା ଜଳ ଛାଡ଼ିବା ପରେ ଅନେକ ଅଞ୍ଚଳ ଜଳମଗ୍ନ ହୋଇ ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ । ଏହି ସମୟରେ ଅନେକ ଜଳବାହିତ ରୋଗ ଦେଖା ଦେଇଥାଏ । ଯାହାକୁ ନେଇ କ୍ଷେତ୍ର ସ୍ତରୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଆଲର୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ ।

ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡକ୍ଟର ନିରଞ୍ଜନ ମିଶ୍ର ଏକ ଗାଇଡଲାଇନ୍ ପ୍ରସ୍ତୁତ କରି ସବୁ ଜିଲ୍ଲାର ସିଡିଏମ୍ ଓ ପିଏଚଓକୁ ପଠାଇଛନ୍ତି । ଜିଲ୍ଲା ଓ ବ୍ଲକ ସ୍ତରରେ ନିୟନ୍ତ୍ରଣ କକ୍ଷ ଖୋଲିବା ସହ ନୋଡାଲ୍ ଅଫିସର ଏବଂ ତାଙ୍କ ନମ୍ବର ଦେବାକୁ କୁହାଯାଇଛି । ବ୍ଲକ/ପଞ୍ଚାୟତ/ଗାଁକୁ ନେଇ ଜରୁରୀକାଳୀନ ସ୍ଥିତିରେ କାର୍ଯ୍ୟ କରିବା ଲାଗି ଟିମକୁ ପ୍ରସ୍ତୁତ ରଖିବାକୁ ତୁହାଯାଇଛି ।

ଆବଶ୍ୟକୀୟ ଔଷଧ, ଓଆରଏସ୍, ହାଲାଜୋନ ଟାବଲେଟ ସହ ଅନ୍ୟ ସାମଗ୍ରୀ ଯୋଗାଣ, ଆବଶ୍ୟକ ସ୍ଥଳେ ମାନବସମ୍ବଳ ଯୋଗାଣ ସହ ଏମ୍ଆରସି ଖୋଲିବାକୁ ପ୍ରସ୍ତୁତି କରିବାକୁ କୁହାଯାଇଛି । ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଗୁଡ଼ିକରେ ପାୱାର ବ୍ୟାକ୍ ଅପ୍ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜଳମଗ୍ନ ଅଞ୍ଚଳର ଗର୍ଭବତୀଙ୍କୁ ଚିହ୍ନଟ କରି ମାଆ ଗୃହରେ ରଖି ସୁରକ୍ଷିତ ପ୍ରସବ ଉପରେ ଧ୍ୟାନ ଦିଆ ଯାଇଛି ।

Leave A Reply

Your email address will not be published.