Latest Odisha News

BREAKING NEWS

୨ ସପ୍ତାହ ମଧ୍ୟରେ ୮୨୭ କୋଟି ରିଫଣ୍ଡ, ୪୫୦୦ ବ୍ୟାଗେଜ ଫେରାଇଲା ଇଣ୍ଡିଗୋ…

ନୂଆଦିଲ୍ଲୀ: ଇଣ୍ଡିଗୋ ପକ୍ଷରୁ ଲଗାତାର ବିମାନ ଉଡ଼ାଣ ବାତିଲ ହେବାରେ ଲାଗିଛି। ଯାହାଫଳରେ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଇଣ୍ଡିଗୋ ଟିକେଟ୍ ବୁକ୍ କରିଥିବା ଯାତ୍ରୀମାନେ ଯାତ୍ରା କରିପାରୁନଥିଲେ ମଧ୍ୟ ସେମାନଙ୍କର ରିଫଣ୍ଡ  ବିଚାରାଧୀନ ଅବସ୍ଥାରେ ରହିଅଛି।ଏଥିସହିତ  ଅନେକ ଯାତ୍ରୀ ସେମାନଙ୍କ ଲଗେଜ୍ ମଧ୍ୟ ପାଇ ପାରୁନାହାନ୍ତି।

ତେବେ ୯୦୦୦ ଲଗେଜ୍ ମଧ୍ୟରୁ ୪୫୦୦ ଲଗେଜ୍ ଗ୍ରାହକଙ୍କ ପାଖକୁ ଫେରାଇ ଦିଆଯାଇଛି ଓ ଅବଶିଷ୍ଟ ଲଗେଜ୍ ଆଗାମୀ ୩୬ ଘଣ୍ଟା ମଧ୍ୟରେ ବିତରଣ କରିବାକୁ ଲକ୍ଷ୍ୟ ରଖାଯାଇଥିବା ନେଇ ଏୟାରଲାଇନ ତରଫରୁ କୁହାଯାଇଛି। ତେବେ ବର୍ତ୍ତମାନ୍ ସୁଦ୍ଧା ୮୨୭ କୋଟି ଟଙ୍କାର ରିଫଣ୍ଡ ମଧ୍ୟ ପ୍ରଦାନ କରାଯାଇଥିବା ରିପୋର୍ଟରୁ ଜଣାପଡ଼ିଛି। ଏସବୁ ମଧ୍ୟରେ ବିମାନବନ୍ଦରରେ ଯାତ୍ରୀମାନଙ୍କ ଲମ୍ବା ଧାଡ଼ି ଲାଗି ରହିବା ସହ ଲୋକମାନେ ଯଥେଷ୍ଟ ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଛନ୍ତି। ଡିସେମ୍ବର ୧ରୁ ୭ ମଧ୍ୟରେ ପ୍ରାୟ ୬ ଲକ୍ଷ ଟିକେଟ୍ ବାତିଲ କରାଯାଇ ସେଗୁଡ଼ିକର ରିଫଣ୍ଡ ଯାତ୍ରୀମାନଙ୍କୁ ଦିଆଯାଇଥିବା କୁହାଯାଇଛି।

ବର୍ତ୍ତମାନ୍ ଇଣ୍ଡିଗୋ ଏହାର ୧୩୮ ଟି ସ୍ଥାନ ମଧ୍ୟରୁ ୧୩୭ ଟି ସ୍ଥାନକୁ ୧୮୦୨ ଟି ବିମାନ ଉଡାଣ କରିବାକୁ ଯୋଜନା ରଖିଛି।

Comments are closed.