Latest Odisha News

BREAKING NEWS

ପୁଣି ଇଣ୍ଡିଗୋ ବିମାନରେ ଅଘଟଣ । ଶାରଜାହରୁ ହାଇଦ୍ରାବାଦ ଆସୁଥିବା ବିମାନ କରାଚୀରେ ଜରୁରୀ ଅବତରଣ

ଦିଲ୍ଲୀ : ବିମାନସେବାରେ ବାରମ୍ବାର ତୃଟି  । ଗତକାଲି ଇଣ୍ଡିଗୋ ବିମାନରେ ଏକ ଅଘଟଣ ଦେଖିବାକୁ ମିଳିଥିବା ବେଳେ ୨୪ ଘଣ୍ଟା ନପୁରୁଣୁ ପୁଣି ଇଣ୍ଡିଗୋ ବିମାନକୁ ଜରୁରୀ ଅବତରଣ କରିବାକୁ ପଡିଛି । ହାଇଦ୍ରାବାଦରୁ ଶାରଜାହ ଯାଉଥିବା ଇଣ୍ଡିଗୋ ବିମାନରେ ତୃଟି ଦେଖାଦେବାରୁ ବିମାନଟିକୁ କରାଚୀରେ ଜରୁରୀ ଅବତରଣ କରାଯାଇଛି । ଏବେ ବିମାନର ତୃଟି ନେଇ କରାଚୀ ବିମାନ ବନ୍ଦରରେ ଯାଂଚ କରାଯାଉଛି । ସେପଟେ ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଂଚାଇବାକୁ ଇଣ୍ଡିଗୋ ପକ୍ଷରୁ ଆଉ ଗୋଟିଏ ବିମାନକୁ କରାଚୀ ପଠାଇବାକୁ ଯୋଜନା କରାଯାଉଛି ।

BjdElectrycity

ଇଣ୍ଡିଗୋ ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି କି, ଶାରଜାହ-ହାଇଦ୍ରାବାଦ ଉଡାଣ ବେଳେ ବିମାନରେ କିଛି ତୃଟି ଦେଖିବାକୁ ପାଇଥିଲେ ପାଇଲଟ । ଏନେଇ କଣ୍ଟ୍ରୋଲ ରୁମକୁ ସୂଚନା ଦେବା ପରେ ବିମାନର ଦିଗ ବଦଳାଇ ଏହାକୁ ତୁରନ୍ତ କରାଚୀରେ ଅବତରଣ କରିବାକୁ କଣ୍ଟ୍ରୋଲ ରୁମ ପକ୍ଷରୁ ନିର୍ଦ୍ଦେଶ ମିଳିଥିଲା ।

ଏହା ପୂର୍ବରୁ ଜୁଲାଇ ୫ ତାରିଖରେ ସ୍ପାଇସଜେଟ ବିମାନରେ ବି ସମାନ ତୃଟି ଦେଖିବାକୁ ମିଳିଥିଲା । ଦିଲ୍ଲୀରୁ ଦୁବାଇ ଯାଉଥିବା ଏକ ବିମାନରେ ତୃଟି ଦେଖାଦେବାରୁ ଏହାକୁ ତୁରନ୍ତ କରାଚୀରେ ଅବତରଣ କରାଯାଇଥିଲା ।

Leave A Reply

Your email address will not be published.