Latest Odisha News

BREAKING NEWS

ଭୁବନେଶ୍ୱରରୁ ଆବୁଧାବି ସିଧାସଳଖ ବିମାନ ଉଡ଼ାଣ, ଏହି ମାସରୁ ଆରମ୍ଭ 

ଭୁବନେଶ୍ୱର: ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରୁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରାଜଧାନୀ ଆବୁଧାବିକୁ ସିଧାସଳଖ ବିମାନ ସେବା ଜୁନ୍ ୨୦୨୫ରୁ ଆରମ୍ଭ ହେବ। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୁରୁବାର ଦିନ ସୂଚନା ଦେଇଛନ୍ତି।

ଏହି ସେବା ବିଲଡିଂ ଆଣ୍ଡ ମ୍ୟାନେଜମେଣ୍ଟ ଅଫ୍ ଆଭିଏସନ୍ ଆସେଟ୍ସ ଆଣ୍ଡ ନେଟୱାର୍କ (B-MAAN) ଯୋଜନା ଅଧୀନରେ ଆରମ୍ଭ ହେବ।

ଓଡ଼ିଶାକୁ ବିଶ୍ୱ ସହିତ ସଂଯୋଗ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ହେବ। ପର୍ଯ୍ୟଟନ, ବାଣିଜ୍ୟ ଏବଂ ଏକ ବିକଶିତ ଓଡ଼ିଶା ସମ୍ଭାବନାକୁ ବୃଦ୍ଧି କରିବାରେ ସହାୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି। ଏହା ବ୍ୟତୀତ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

ଅଧିକ ପଢ଼ନ୍ତୁ- ଜୁନରୁ ଦୈନିକ ଭୁବନେଶ୍ୱରରୁ ବିଶାଖାପାଟଣା ଉଡ଼ିବ ବିମାନ

ତେବେ ଇଣ୍ଡିଗୋ ସପ୍ତାହରେ ତିନିଥର – ମଙ୍ଗଳବାର, ଗୁରୁବାର, ଶନିବାର ଏହି ବିମାନ ଚଳାଚଳ କରିବ। ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ଜୁନ୍ ୨୦୨୫ରୁ ଭୁବନେଶ୍ୱର ଏବଂ ବିଶାଖାପାଟଣା ମଧ୍ୟରେ ଦୈନିକ ବିମାନ ଚଳାଚଳ ଘୋଷଣା କରିବା ପରେ ଏହି ନିଷ୍ପତ୍ତି ହୋଇଛି।

Comments are closed.