Latest Odisha News

ବିମାନରେ ଅଚଳ ହୋଇଗଲା ଏସି, ଅଚେତ ହୋଇପଡିଲେ ଅନେକ ଯାତ୍ରୀ

ନୂଆଦିଲ୍ଲୀ: ବିମାନରେ ଅଚାନକ ଏସି ଅଚଳ ହୋଇଯିବାରୁ ଯାତ୍ରୀ ମାନଙ୍କୁ ହଟହଟା ହେବାକୁ ପଡିଛି। ଯାହାକୁ ନେଇ ଫ୍ଲାଇଟରେ ହଙ୍ଗାମା ହୋଇଥିଲା।

ସୂଚନା ଅନୁଯାୟୀ, ସେପ୍ଟେମ୍ବର ୨ରେ ଦିଲ୍ଲୀରୁ ବାରଣାସୀ ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସ ବିମାନ ଭିତରେ ଅଚାନକ ବନ୍ଦ ହୋଇଯାଇଥିଲା ଏସି। ଫଳରେ ଯାତ୍ରୀଙ୍କୁ ବିନା ଏସିରେ ଏକ ଘଣ୍ଟା ଯାଏଁ ରହିବାକୁ ପଡିଥିଲା। ଉଡ଼ାଣ ପୂର୍ବରୁ ଇଣ୍ଡିଗୋ ବିମାନ ଫ୍ଲାଇଟ୍ ନମ୍ବର 6 E 2235 ରେ ଏସି କାମ କରୁନଥିଲା। ଏସି କାମ କରୁନଥିବାରୁ ବିମାନରେ ଉପସ୍ଥିତ ଯାତ୍ରୀମାନେ ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ଏପରିକି ଅମ୍ଳଜାନର ଅଭାବ ହେତୁ କିଛି ପିଲା ଏବଂ ସେମାନଙ୍କ ସହ କିଛି ମହିଳା ଚେତାଶୂନ୍ୟ ହୋଇଯାଇଥିଲେ। ପରେ ବିମାନ ଅବତରଣ କରିବା ମାତ୍ରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ତେବେ ଇଣ୍ଡିଗୋ ଏହି ଘଟଣାରେ କ୍ଷମା ମାଗିଛି। ଏହି ପୂରା ଘଟଣାକୁ ନେଇ ଇଣ୍ଡିଗୋ ପକ୍ଷରୁ କୁହାଯାଇଛି ଯେ ବିମାନର ଏସି ଠିକ୍ ଭାବରେ କାମ କରୁଥିଲା। କିନ୍ତୁ ତାପମାତ୍ରାରେ ପରିବର୍ତ୍ତନ ହେତୁ କ୍ୟାବିନ ଗରମ ହୋଇଯାଇଥିଲା, ଯାହା ଫଳରେ ଯାତ୍ରୀମାନେ ଆତଙ୍କିତ ହୋଇପଡିଥିଲେ।

ଏହି ଘଟଣା ପ୍ରଥମ ନୁହଁ, ଚଳିତ ବର୍ଷ ଜୁନ୍ ମାସରେ ଦିଲ୍ଲୀ-ବାଗଡୋଗ୍ରା ବିମାନରେ ମଧ୍ୟ ଏଭଳି ଘଟଣା ଘଟିଥିଲା, ଇଣ୍ଡିଗୋ ବିମାନର ଏସି ଘଣ୍ଟାଏ ଧରି କାମ କରିନଥିଲା।

Comments are closed.