Latest Odisha News

BREAKING NEWS

ଆଜି ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ବାର୍ଷିକୀ, କଂଗ୍ରେସ ଭବନରେ ରକ୍ତଦାନ ଶିବିର ଆୟୋଜିତ

ଭୁବନେଶ୍ବର: ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ । ଏହି ଉପଲକ୍ଷେ କଂଗ୍ରେସ ଭବନରେ ଠାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଛି । ଏଥିରେ ଶହ ଶହ ଯୁବକ ଯୋଗଦେଇ ସ୍ବଇଚ୍ଛାରେ ରକ୍ତ ଦାନ କରିଛନ୍ତି । ଓଡିଶାର ପ୍ରତ୍ୟେକ ଜିଲ୍ଲାରେ ମଧ୍ୟ ଯୁବ କଂଗ୍ରେସ ପକ୍ଷରୁ ଯୁବକ ମାନଙ୍କୁ ଏକତ୍ରିତ କରାଯାଇ ରକ୍ତ ଦାନ ଶିବିର ଆୟୋଜନ କରାଯାଇଛି ।

ସବୁବେଳେ ଯୁବ କଂଗ୍ରେସ ଲୋକଙ୍କୁ ସାହାର୍ଯ୍ୟ କରିଆସିଛି । ଦେଶରେ କିମ୍ବା ରାଜ୍ୟରେ ଯେପରି ରକ୍ତର ଅଭାବ ଦେଖାନଯାଏ ଓ ଏହାର ଅଭାବରେ କେହି ଯେପରି ମୃତ୍ୟୁ ମୁଖରେ ନପଡେ, ସେନେଇ ସଦାସର୍ବାଦ ଯୁବ କଂଗ୍ରେସ ପକ୍ଷରୁ ପ୍ରୟାସ ଜାରି ରହିଥିବା ଯୁବ କଂଗ୍ରେସ ପକ୍ଷରୁ କୁହାଯାଇଛି ।

ସେନେଇ ଆଜି ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ବାର୍ଷିକରେ ଶତାଧିକ ଯୁବକ ଯୋଗଦେଇ ସ୍ବଇଚ୍ଛାରେ ରକ୍ତ ଦାନ କରୁଛନ୍ତି । ତେବେ ୪୦୦ ରୁ ୫୦୦ ୟୁନିଟ ରକ୍ତ ସଂଗ୍ରହ ନେଇ ଲକ୍ଷ୍ୟ ରଖାଯାଇଥିବା ଯୁବ କଂଗ୍ରେସ ପକ୍ଷରୁ କୁହାଯାଇଛି ।

Comments are closed.