Latest Odisha News

ଆସନ୍ତାକାଲି କଟକରେ ଡେପୁଟି ମେୟର ନିର୍ବାଚନ ହେବ

 କଟକ : ଆସନ୍ତାକାଲି କଟକ ଡେପୁଟି ମେୟର ନିର୍ବାଚନ ହେବ । ଏନେଇ ପ୍ରେମ ମିଟ କରି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଗୁରୁବାର ୧୦ ଟାରୁ ୧୧ଟା ମଧ୍ୟରେ ପୌର ଉପାଧ୍ୟକ୍ଷ ପଦବୀ ଲାଗି ନାମାଙ୍କନ ଦାଖଲ ହେବ । ଦିନ ୧୧ ଟାରୁ ୧୨ ଟା ମଧ୍ୟରେ ପୌର ଉପାଧ୍ୟକ୍ଷ ପଦବୀ ଲାଗି ନାମାଙ୍କନ ପତ୍ର ଯାଞ୍ଚ ହେବ । ଅପରାହ୍ନ ସାଢେ ଗୋଟାଏରୁ ୩ ଟା ଯାଏଁ ଭୋଟ ହେବ । ମତଦାନ ପରେ ସେହିଦିନ ଫଳାଫଳ ପ୍ରକାଶ ପାଇବ ।

ତେବେ ବିଜେଡି ପାଖରେ ସଂଖ୍ୟା ଗରିଷ୍ଠତା ଥିବାରୁ କଟକ ମେୟର ପଦବୀ କିଏ ହାତେଇବ ସେନେଇ କଳ୍ପନା ଜଳ୍ପନା ଜାରି ରହିଛି । ଡେପୁଟି ମେୟର ପଦ ଜଣେ ମହିଳା ପାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଡେପୁଟି ମେୟର ରେସରେ କଟକ ବାଲା ସାହି ବସ୍ତିରେ ରହୁଥିବା ୨୨ ବର୍ଷୀୟା ଦମୟନ୍ତୀ ମାଝୀ । ସର୍ବ କନିଷ୍ଠା କର୍ପୋରେଟର ଭାବେ ବିଜୟ ଲାଭ କରିଛନ୍ତି ।ଏବଂ ୧୭ ନମ୍ବର ୱାର୍ଡର ଏ .ଶ୍ରୀଦେବୀ ଏବଂ ୮ ନମ୍ବର ୱାର୍ଡର ନମିତା ବାରିକ , ୩୬ ନମ୍ବର ୱାର୍ଡର ମଧୁସ୍ମିତା ବାରିକ , ୪୬ ନମ୍ବର ୱାର୍ଡର ପ୍ରଳୟା ବେଉରା । ଏହି ୪ ଜଣ ଲେଡି କର୍ପୋରେଟର ଏବେ ଡେପୁଟି ମେୟର ରେସରେ ଅଛନ୍ତି ।

୮ ତାରିଖରେ ବ୍ରହ୍ମପୁର ମହାନଗର ନିଗମରେ ଡେପୁଟୀ ନିର୍ବାଚନ ହେବ । ଏବଂ ୯ ତାରିଖରେ ଭୁବନେଶ୍ୱର ମହାନଗର ନିଗମ ପାଇଁ ଡେପୁଟି ମେୟର ନିର୍ବାଚନ ହେବ । ନିର୍ବାଚିତ କାଉନସିଲର ବା କର୍ପୋରେଟର ମାନେ ଭୋଟ ଦେବେ ।

Comments are closed.