Latest Odisha News

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଗିରଫ କରାଯାଉ: ମୁକେଶ ମହାଲିଙ୍ଗ

ଭୁବନେଶ୍ଵର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଗିରଫ ପାଇଁ ଦାବି କଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଗୃହ ଭିତରେ ବିଶୃଙ୍ଖଳା ସୃଷ୍ଟି କରିଥିବାରୁ ଆଜି ବିଧାନସଭାରେ ଦାବି କରିଛନ୍ତି ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଆଜି ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ଗୃହରେ ବିଶୃଙ୍ଖଳା କରିଥିଲା ବିରୋଧି ବିଜେଡି । ବିଜେଡିର ଏହି କାଣ୍ଡ ପାଇଁ ବିରୋଧି ଦଳର ନେତା ନବୀନ ପଟ୍ଟନାୟକଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ମନ୍ତ୍ରୀ । ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ବିରୋଧୀ ଦଳ ନେତା ଗୃହର ନିୟମ ଭଙ୍ଗ କରିଛନ୍ତି । ସେପଟେ ମହାଲିଙ୍ଗଙ୍କ ଦାବିକୁ ହାସ୍ୟାସ୍ପଦ ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ପୂର୍ବରୁ ଏଭଳି ଦାବି କରାଯିବାର କୌଣସି ନଜର ନାହିଁ ବୋଲି କହିଛନ୍ତି ଅରୁଣ ।

ସୂଚନା ଅନୁସାରେ, ଗତକାଲି ବିଧାନସଭା ଅଧିବେଶନର ପ୍ରଥମ ଦିନରେ ବିରୋଧୀ ଦଳ ବିଜେଡି ଗୃହ ତ୍ୟାଗ କରିଥିଲା । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜ ସିଟରୁ ଉଠି ବିଧାୟକଙ୍କ ସମେତ ରାଜ୍ୟପାଳଙ୍କ ଭାଷଣ ବେଳେ ଗୃହରୁ ଚାଲିଯାଇଥିଲେ । ସେହିପରି କଂଗ୍ରେସ ବିଧାୟକମାନେ ମଧ୍ୟ ଗୃହ ତ୍ୟାଗ କରିଥିଲେ । ଏହାପରେ ଗୃହ କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା ।

ସେହିପରି ଆଜି ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ ମାରିବା ଘଟଣାକୁ ନେଇ ଗୃହରେ ନାରାବାଜି କରିଥିଲା ବିରୋଧୀ ବିଜେଡି । ପ୍ରଶ୍ନକାଳ ଆରମ୍ଭରୁ ହିଁ ହଟ୍ଟଗୋଳ ଆରମ୍ଭ କରିଥିଲା ବିଜେଡି । ପରିସ୍ଥିତି ଅସମ୍ଭାଳ ହେବାରୁ ଶେଷରେ ଗୃହକୁ ମୁଲତବି ରଖିଥିଲେ ବାଚସ୍ପତି ।

Comments are closed.