ଇଣ୍ଡୋନେସିଆ: ଜେଲରେ ବିଳାସପୂର୍ଣ୍ଣ ରୁମ୍, ତେଜିଲା ଜନ ଆସନ୍ତୋଷ, ବୁଲିଲା ବୁଲଡୋଜର । ମାଟିରେ ମିଶିଲା ବିଳାସପୂର୍ଣ୍ଣ କୋଠା । କୋଠା କହିଲେ ଭୁଲ୍ ହୋଇଯିବ । ସୂଚନା ଅନୁସାରେ ଏହା ହେଉଛି ଏକ ଜେଲ୍ । ହେଲେ ଜେଲ୍ ଭିତରେ କଏଦୀଙ୍କ ।ଇଁ ଥିଲା ବିଳାସପୂର୍ଣ୍ଣ ହୋଟେଲ ସୁବିଧା । ଏ ଖବର ପ୍ରଘଟ ହେଲା ପରେ ଉଗ୍ର ରୂ ନେଲା ଜନ ଅସନ୍ତୋଷ । ଶେଷରେ ଭଙ୍ଗାଗଲା ଜେଲ୍ । ଜାକର୍ତ୍ତା ନିକଟବର୍ତ୍ତୀ ବୋଗୋରର ସିବିନୋଙ୍ଗ ଜେଲରେ ବିଲାସପୂର୍ଣ୍ଣ ସୁବିଧା ଥିବା ଜଣାପଡିଥିଲା । ୨୩ ସେପଟେମ୍ବରରେ ଅଚାନକ୍ ରେଡ୍ ବେଳେ କଏଦୀଙ୍କୁ ସୁପରକ୍ଲାସ୍ ସୁବିଧା ମିଲୁଛି ବୋଲି ପର୍ଦ୍ଦାଫାଶ୍ ହୋଇଥିଲା । ଏସି, ବଡ ଏଲଇଡି, ଫ୍ରିଜ୍, ସୋଫା ଓ ଡାଇନିଂ ହଲ୍ର ସୁବିଧା ଥିଲା । ଜିମ୍ ଓ ନିର୍ମାଣାଧୀନ ଗଲ୍ଫ ସିମୁଲେଟର ବି ଥିବା ସୂଚନା ମିଳିଥିଲା । ତେବେ ଜେଲରେ ହାଇକ୍ଲାସ୍ ବେଡରୁମ୍୍ ବ୍ୟବସ୍ଥା ଥିବା ତଦନ୍ତକାରୀ ଟିମ୍ ଦେଖିବାକୁ ପାଇଥିଲେ । ହେଲେ ଦାୟିତ୍ୱରେ ଥିବା ଅଧିକାରୀଙ୍କ କହିବା ହେଲା, ସେଗୁଡିକ କର୍ମଚାରୀଙ୍କ ପାଇଁ ଉଦ୍ଧିଷ୍ଟ । ଧନୀ କିମ୍ବା ଜେଲ୍ ଅଧିକାରୀଙ୍କ ସହ ଭଲ ସମ୍ପର୍କ ଥିଲେ ସେମାନେ ଏହି ହାଇକ୍ଲାସ୍ ଆପାର୍ଟମେଂଟ ଭଳି ସୁବିଧା ଜେଲରେ ପାଉଥିଲେ ବୋଲି ସୂଚନା ମିଳିଥିଲା । ଏହି ଘଟଣା ବ୍ୟାପକ ଜନସାଧାରଣଙ୍କ ନିକଟରେ ପହଂଚିଥିଲା । ତେଣୁ ଇଣ୍ଡୋନେସିଆର ସମସ୍ତ ଜେଲ୍ ତନ୍ନ ତନ୍ନ କରି ଯାଂଚ୍ ପାଇଁ ଦାବି କରିଥିଲେ ଜନତା । ଶେଷ ଇଣ୍ଡୋନେସିଆର ଏହି ଜେଲ୍ କମ୍ ଆପାର୍ଟମେଂଟ ମାଟିରେ ମିଶିଛି ।
BREAKING NEWS
- ଡରିବିନି ଡିସେମ୍ବରରେ ବାଂଲାଦେଶ ଯିବି, ‘ଭୟ ମୋର କର୍ତ୍ତବ୍ୟ ସ୍ଥିର କରିପାରିବ ନାହିଁ’ : ହସିନା
- ଶ୍ରୀମନ୍ଦିରରେ ମା’ ବିମଳା ଦେବୀଙ୍କ ବିଶେଷ ନୀତି; କାଲି ସକାଳ ୮ଟାରୁ ଦର୍ଶନ ଆରମ୍ଭ
- ଅକ୍ଟୋବର ୨୦ରୁ ଏହି ୪ ମେମୁ ଟ୍ରେନ୍ ବାତିଲ…
- କମିଶନରେଟ ପୋଲିସର ‘ଏକ୍ସ’ ଆକାଉଣ୍ଟ ହ୍ୟାକ୍
- ବଢ଼ିଲା ଅଡ଼ୁଆ; ଆଉ ୨ ଦିନ ଜେଲରେ ବିତାଇବେ CJPର ଆଶୁତୋଷ ରାଙ୍କା ଓ ସୌରଭ ଦାସ
- ଚଳିତ ବର୍ଷ ନିରାଡମ୍ବର ଭାବେ ଦୁର୍ଗା ପୂଜା ପାଳନ କରିବେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହିଁକି…
- ଟାଇଗର ଶ୍ରଫ ଗୁଳିକାଣ୍ଡ ମାମଲାରେ ନୂଆ ଖୁଲାସା; ନାବାଳକ ଅଭିଯୁକ୍ତର ବାପା କହିଲେ – ପୁଅ ଦୁଇ ମାସ ପୂର୍ବରୁ ଘରୁ ଚାଲିଯାଇଥିଲା…
- ଇମ୍ରାନଙ୍କ ପୁଅଙ୍କ ସାକ୍ଷାତକାର ନେଇ ଅଡୁଆରେ ନାସିର ହୁସେନ୍, ମାଇକେଲ ଆର୍ଥଟନ
- ହତ୍ୟା ଯୋଜନା କରିଥିଲେ ବାପା…ପୁଅ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
- ରଣଜୀ ଟ୍ରଫି: କେରଳର ୪୦୪ ରନ୍ ଜବାବରେ ଓଡ଼ିଶା ୧୧୪/୩

Comments are closed.