Latest Odisha News

BREAKING NEWS

Jail or Hotel ? ଜନ ଆସନ୍ତୋଷ ପରେ ବୁଲିଲା ବୁଲଡୋଜର

ଇଣ୍ଡୋନେସିଆ: ଜେଲରେ ବିଳାସପୂର୍ଣ୍ଣ ରୁମ୍, ତେଜିଲା ଜନ ଆସନ୍ତୋଷ, ବୁଲିଲା ବୁଲଡୋଜର । ମାଟିରେ ମିଶିଲା ବିଳାସପୂର୍ଣ୍ଣ କୋଠା । କୋଠା କହିଲେ ଭୁଲ୍ ହୋଇଯିବ । ସୂଚନା ଅନୁସାରେ ଏହା ହେଉଛି ଏକ ଜେଲ୍ । ହେଲେ ଜେଲ୍ ଭିତରେ କଏଦୀଙ୍କ ।ଇଁ ଥିଲା ବିଳାସପୂର୍ଣ୍ଣ ହୋଟେଲ ସୁବିଧା । ଏ ଖବର ପ୍ରଘଟ ହେଲା ପରେ ଉଗ୍ର ରୂ ନେଲା ଜନ ଅସନ୍ତୋଷ । ଶେଷରେ ଭଙ୍ଗାଗଲା ଜେଲ୍ । ଜାକର୍ତ୍ତା ନିକଟବର୍ତ୍ତୀ ବୋଗୋରର ସିବିନୋଙ୍ଗ ଜେଲରେ ବିଲାସପୂର୍ଣ୍ଣ ସୁବିଧା ଥିବା ଜଣାପଡିଥିଲା । ୨୩ ସେପଟେମ୍ବରରେ ଅଚାନକ୍ ରେଡ୍ ବେଳେ କଏଦୀଙ୍କୁ ସୁପରକ୍ଲାସ୍ ସୁବିଧା ମିଲୁଛି ବୋଲି ପର୍ଦ୍ଦାଫାଶ୍ ହୋଇଥିଲା । ଏସି, ବଡ ଏଲଇଡି, ଫ୍ରିଜ୍, ସୋଫା ଓ ଡାଇନିଂ ହଲ୍ର ସୁବିଧା ଥିଲା । ଜିମ୍ ଓ ନିର୍ମାଣାଧୀନ ଗଲ୍ଫ ସିମୁଲେଟର ବି ଥିବା ସୂଚନା ମିଳିଥିଲା । ତେବେ ଜେଲରେ ହାଇକ୍ଲାସ୍ ବେଡରୁମ୍୍ ବ୍ୟବସ୍ଥା ଥିବା ତଦନ୍ତକାରୀ ଟିମ୍ ଦେଖିବାକୁ ପାଇଥିଲେ । ହେଲେ ଦାୟିତ୍ୱରେ ଥିବା ଅଧିକାରୀଙ୍କ କହିବା ହେଲା, ସେଗୁଡିକ କର୍ମଚାରୀଙ୍କ ପାଇଁ ଉଦ୍ଧିଷ୍ଟ । ଧନୀ କିମ୍ବା ଜେଲ୍ ଅଧିକାରୀଙ୍କ ସହ ଭଲ ସମ୍ପର୍କ ଥିଲେ ସେମାନେ ଏହି ହାଇକ୍ଲାସ୍ ଆପାର୍ଟମେଂଟ ଭଳି ସୁବିଧା ଜେଲରେ ପାଉଥିଲେ ବୋଲି ସୂଚନା ମିଳିଥିଲା । ଏହି ଘଟଣା ବ୍ୟାପକ ଜନସାଧାରଣଙ୍କ ନିକଟରେ ପହଂଚିଥିଲା । ତେଣୁ ଇଣ୍ଡୋନେସିଆର ସମସ୍ତ ଜେଲ୍ ତନ୍ନ ତନ୍ନ କରି ଯାଂଚ୍ ପାଇଁ ଦାବି କରିଥିଲେ ଜନତା । ଶେଷ ଇଣ୍ଡୋନେସିଆର ଏହି ଜେଲ୍ କମ୍ ଆପାର୍ଟମେଂଟ ମାଟିରେ ମିଶିଛି ।

Leave A Reply

Your email address will not be published.