ଇନ୍ଦୋର: ମେଘାଳୟର ସିଲଂରେ ଇନ୍ଦୋର ଦମ୍ପତିଙ୍କ ନିଖୋଜ ଘଟଣାର ୧୧ ଦିନ ପରେ ସ୍ୱାମୀ ରାଜା ରଘୁବଂଶୀଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ରାଜାଙ୍କ ଭାଇ ସଚିନ ଏନେଇ ସ୍ପଷ୍ଟ କରିଛନ୍ତି। ତାଙ୍କ ହାତରେ ରାଜାଙ୍କ ନାମ ଲେଖା ହୋଇଛି। ମୃତ ରାଜାଙ୍କ ଭାଇ ବିପିନ ଚିହ୍ନଟ କରିଛନ୍ତି ଯେ ସ୍କୁଟି ମିଳିଥିବା ସ୍ଥାନରୁ ପ୍ରାୟ ୨୦ରୁ ୨୫ କିଲୋମିଟର ଦୂରରେ ମୃତଦେହ ମିଳିଛି।
ରାଜାଙ୍କ ମୃତଦେହ ମିଳିବା ପରେ ସନ୍ଧାନୀ ଦଳ ଏବେ ତାଙ୍କ ସ୍ତ୍ରୀଙ୍କୁ ଖୋଜିବାରେ ଲାଗି ପଡ଼ିଛନ୍ତି। ତେବେ ବାରମ୍ବାର ପାଗରେ ପରିବର୍ତନ ଯୋଗୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଥିବା ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ମଧ୍ୟପ୍ରଦେଶର ଇନ୍ଦୋରର ୨୭ ବର୍ଷୀୟ ରାଜା ରଘୁବଂଶୀ ଏବଂ ତାଙ୍କ ପତ୍ନୀ ସୋନମଙ୍କ ବାହାଘର ମେ ୧୧ ରେ ହୋଇଥିଲା। ସେମାନେ ତାଙ୍କର ହନିମୁନ ପାଇଁ ମେଘାଳୟର ପର୍ଯ୍ୟଟନସ୍ଥଳ ସୋହରାକୁ (ଚେରାପୁଞ୍ଜି) ଯାଇଥିଲେ। ଯାହାପରେ ଦୁହେଁ ସେଠାରୁ ନିଖୋଜ ହୋଇଥିଲ। ମେଘାଳୟ ପୋଲିସ, ଉଦ୍ଧାରକାରୀ ଦଳ ଏବଂ ଗ୍ରାମବାସୀ ମାନେ ନିଖୋଜ ଦମ୍ପତିଙ୍କୁ ଖୋଜିବା ପାଇଁ ବ୍ୟାପକ ସନ୍ଧାନ ଚଳାଇଥିଲେ। ତେବେ ଏହି ଦମ୍ପତି ମେ ୨୪ରୁ ନିଖୋଜ ଥିଲେ।
ଏହି ଦମ୍ପତି ସ୍ଥାନୀୟ ଅଞ୍ଚଳ ବୁଲିବା ପାଇଁ ମେ ୨୨ ତାରିଖରେ କିଟିଂ ରୋଡର ସାଗର ସେନ ସାମଲଙ୍କଠାରୁ ଏକ ଦୁଇ ଚକିଆ ଗାଡ଼ି ଭଡ଼ାରେ ନେଇ ସୋହରା ଅଭିମୁଖେ ଯାତ୍ରା କରିଥିଲେ। ଚାରିଦିନ ପାରେ ଗାଡ଼ି ଫେରାଇ ଦେବାପାଇଁ ମଧ୍ୟ କହିଥିଲେ।କିନ୍ତୁ ୨୩ ତାରିଖରେ ଗାଁ ଲୋକେ ଗୋଲ୍ଡେନ୍ ପାଇନ୍ସ ଢାବା ନିକଟରେ ସୋହରାରିମରେ ସେମାନଙ୍କ ସ୍କୁଟିକୁ ପଡିଥିବାର ଦେଖିଥିଲେ। ପରେ ସେମାନଙ୍କ ଫୋନ୍ ନ ଲାଗିବାରୁ ପରିବାର ଲୋକେ ସ୍ଥାନୀୟ ପୋଲିସରେ ନିଖୋଜ ମାମଲା ରୁଜୁ କରିଥିଲେ।
Comments are closed.